ଦେଶମୁଖ୍ୟ ଖବର

ଦେଶରେ ଆଉ ୧୫, ୮୨୩ କରୋନା ଆକ୍ରାନ୍ତ ଚିହ୍ନଟ

ଆକ୍ରାନ୍ତଙ୍କ ମଧ୍ୟରେ କେବଳ କେରଳରୁ ଚିହ୍ନଟ ହୋଇଛନ୍ତି ୭,୮୨୩

ଦେଶରେ ଚିହ୍ନଟ ହେଲେ ୧୫ ହଜାରରୁ ଅଧିକ ପଜିଟିଭ୍ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫ ହଜାର ୮୨୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୨୬ ଜଣଙ୍କ ଜୀବନ ଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ଗତକାଲି ୨୨ ହଜାର ୮୪୪ ଜଣ ସୁସ୍ଥ ହୋଇଛନ୍ତି । ଫଳରେ ଦେଶରେ ସକ୍ରିୟ ମାମଲା ୨ ଲକ୍ଷ ୭ ହଜାର ୬୫୩ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩ କୋଟି ୩୩ ଲକ୍ଷ ୪୨ ହଜାର ୯୦୧ ଜଣ କରୋନାରୁ ସୁସ୍ଥ ହୋଇସାରିଲାଣି ।

ସେହିପରି ୪ ଲକ୍ଷ ୫୧ ହଜାର ୧୮୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ କେରଳରୁ ୭ ହଜାର ୮୨୩ ଆକ୍ରାନ୍ତ ଅଛନ୍ତି । କେରଳରେ ଦିନକରେ ୧୦୬ ଜଣଙ୍କ ଜୀବନ ଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତକାଲି ଗୋଟିଏ ଦିନରେ ଦେଶରେ ୫୦ ଲକ୍ଷ ୬୩ ହଜାର ୮୪୫ ଜଣଙ୍କୁ କରୋନା ଟିକା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୯୬ କୋଟି ୪୩ ଲକ୍ଷ ୭୯ ହଜାର ୨୧୨ ଜଣ କୋଭିଡ୍ ଟିକା ନେଇଛନ୍ତି ।

Show More

Related Articles

Back to top button