Breaking PLUSଓଡ଼ିଶାମୁଖ୍ୟ ଖବର
ଦେଶରେ ହଜାରେ ଟପିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ; ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସକାଳ ସୁଦ୍ଧା ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୯ରେ ପହଞ୍ଚିଛି ବୋଲି ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେରଳ, ତାମିଲନାଡୁ, ତେଲେଙ୍ଗାନା, ଦିଲ୍ଲୀ ଓ ମହାରାଷ୍ଟ୍ରରେ ସଂଖ୍ୟା ଅଧିକ ବୋଲି କୁହାଯାଇଛି।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦିଲ୍ଲୀରେ ବର୍ତ୍ତମାନ ୧୦୪ ସକ୍ରିୟ କୋଭିଡ ମାମଲା ରହିଛି। ସେହିପରି ମହାରାଷ୍ଟ୍ରରେ ୨୦୯ ଏବଂ କେରଳରେ ୪୩୦ ସକ୍ରିୟ ମାମଲା ଅଛି। ଭାରତରେ ମୋଟ କୋଭିଡ ମାମଲା ସଂଖ୍ୟା ୧୦୦୯ କୁ ବୃଦ୍ଧି ପାଇଛି।