
ଦେଶରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୧୨ହଜାର ୭୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୪୩ଲକ୍ଷ ୩୩ହଜାର ୭୫୪କୁ ବୃଦ୍ଧି ପାଇଛି ।ଆଜି ଦେଶରେ ୨୨୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୫୯ହଜାର ୮୭୩କୁ ବୃଦ୍ଧି ପାଇଛି ।
ଏହା ସହିତ ଦେଣରେ କରୋନା ଜନିତ ସକ୍ରିୟ ମାମଲା ୧ଲକ୍ଷ ୪୮ହଜାର ୯୨୨ରହିଥିବାବେଳେ କରୋନାରୁ ସୁସ୍ଥ ହୋଇଛନ୍ତି ୩କୋଟି ୩୭ଲକ୍ଷ ୨୪ହଜାର ୯୫୪ ।