Breaking PLUSଓଡ଼ିଶାମୁଖ୍ୟ ଖବର

ରାୟଗଡ଼ା ଓ ଗୁଣପୁର ଜେଲରେ ପଶିଲା କୋରୋନା; ୨୧୮ କୋରୋନା ଆକ୍ରାନ୍ତ ଚିହ୍ନଟ

ରାୟଗଡ଼ା ଜିଲ୍ଲାର ଦୁଇ ଜେଲରୁ ୨୧୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ। ଏମାନଙ୍କ ମଧ୍ୟରୁ ରାୟଗଡ଼ା ଜେଲରୁ ୫ ଜଣ କର୍ମଚାରୀ ଓ ୧୫୭ ଜଣ ଅନ୍ତେବାସୀ ଚିହ୍ନଟ ହୋଇଥିବା ବେଳେ, ଗୁଣପୁର ଜେଲରେ ୬୧ ଜଣ ଅନ୍ତେବାସୀ କରୋନା ଚିହ୍ନଟ ହୋଇଛନ୍ତି ।

 

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଦୁଇ ଜେଲରୁ ୨୧୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ। ଏମାନଙ୍କ ମଧ୍ୟରୁ ରାୟଗଡ଼ା ଜେଲରୁ ୫ ଜଣ କର୍ମଚାରୀ ଓ ୧୫୭ ଜଣ ଅନ୍ତେବାସୀ ଚିହ୍ନଟ ହୋଇଥିବା ବେଳେ, ଗୁଣପୁର ଜେଲରେ ୬୧ ଜଣ ଅନ୍ତେବାସୀ କରୋନା ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ, ପୂର୍ବରୁ ଜେଲରେ କରୋନା ପଜଟିଭ ଚିହ୍ନଟ ହେବା ପରେ ଉଭୟ ରାୟଗଡ଼ା ଓ ଗୁଣପୁର ଜେଲରେ ସ୍ୱାବ ନମୁନା ସଂଗ୍ରହ ହୋଇଥିଲା। ଗୁଣପୁର ଜେଲରୁ ୯୧ ଜଣ ଅନ୍ତେବାସୀଙ୍କର ନମୁନା ସଂଗ୍ରହ ହୋଇଥିଲା। ଏଥିରୁ ୬୧ ଜଣଙ୍କର ନମୁନା ପଜିଟିଭ ଆସିଛି।
ଏତେ ପରିମାଣରେ ଅନ୍ତେବାସୀ ଓ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସ୍ଥିତି ସମୀକ୍ଷା ପାଇଁ ଜିଲ୍ଲା ଜଜ, ଏସପି ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଜେଲ ପରିଦର୍ଶନ କରିଥିଲେ । ସମସ୍ତ କୋରୋନା ଆକ୍ରାନ୍ତ ଲକ୍ଷଣ ବିହୀନ ଓ ସେମାନଙ୍କ ପାଇଁ ଜେଲ ଭିତରେ ଆଇସୋଲେସନ ଓ୍ଵାର୍ଡ ଖୋଲାଯାଇଥିବା ଜିଲ୍ଲପାଳ ସୂଚନା ଦେଇଛନ୍ତି।

Show More

Related Articles

Back to top button