Breaking PLUSଦେଶ ବିଦେଶମୁଖ୍ୟ ଖବର

ଭାରତୀୟଙ୍କୁ ମାଗଣାରେ ମିଳିବ କରୋନା ଟିକା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଆଜି ସାରା ଦେଶରେ କରୋନା ଟିକାର ଡ୍ରାଏ ରନ୍ ଆରମ୍ଭ ହୋଇଯାଇଛି । ୧୧୬ ଜିଲ୍ଲାରେ ୨୫୯ଟି କେନ୍ଦ୍ରରେ ଟିକାର ଡ୍ରାଏ ରନ୍ ଚାଲିଛି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ବଡ ଘୋଷଣା କରିଛନ୍ତି । ପ୍ରତ୍ୟେକ ଭାରତୀୟଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ଏହି ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ଦିଲ୍ଲୀର ଜିଟିବି ହସ୍ପିଟାଲ ପହଁଚି ସ୍ଥିତି ସମୀକ୍ଷା କରିଛନ୍ତି । ଦେଶବାସୀ ଅଯଥା ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ହସ୍ପିଟାଲରୁ ବାହାରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଭ୍ୟାକସିନର ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କର ପ୍ରାଥମିକତା। ପୋଲିଓ ଭ୍ୟାକସିନ ଦେବାବେଳେ ମଧ୍ୟ ଅନେକ ଗୁଜବ ସୃଷ୍ଟି କରାଯାଉଥିଲା । କିନ୍ତୁ ଲୋକମାନେ ପୋଲିଓ ଟିକା ଲଗାଉଥିଲେ । ଏଥିପାଇଁ ଆଜି ଭାରତ ପୋଲିଓ ମୁକ୍ତ ହୋଇପାରିଛି ।

Show More

Related Articles

Back to top button