Breaking PLUSଦେଶମୁଖ୍ୟ ଖବର

ବହୁ ପ୍ରତୀକ୍ଷା ପରେ କୋଭାକ୍ସିନ୍ କୁ ମିଳିଲା WHOର ଅନୁମତି

ଦୀର୍ଘ ଦିନର ପ୍ରତୀକ୍ଷା ପରେ ଭାରତର ସ୍ୱଦେଶୀ ଟିକା କୋଭାକ୍ସିନ୍ କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(World Health Organization) । ଦୀର୍ଘ ଦିନ ଧରି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ମଞ୍ଜୁରୀ ଅପେକ୍ଷାରେ ରହିଥିଲା । ଯାହାକୁ ଆଜି ସୀକୃତି ଦେଇଛି ହୁ । ଏବେ ଅନ୍ୟ ଦେଶରେ ବି କୋଭାକ୍ସିନ୍ ର ବ୍ୟବହାର କରାଯାଇ ପାରିବ ଏବଂ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେବା ପରେ ଏହି ରାସ୍ତା ମଧ୍ୟ ସଫା ହୋଇଛି ।

ପୂର୍ବରୁ ଆବଶ୍ୟକୀୟ ଦସ୍ତାବିଜ୍ ଦାଖଲ କରିବାରେ ବିଳମ୍ବ ହୋଇଥିବାରୁ କୋଭାକ୍ସିନ୍ କୁ ଅନୁମତି ମିଳିପାରିନଥିଲା । ଯାହାକୁ ନେଇ ଭାରତ ବାୟୋଟେକ୍ ପକ୍ଷରୁ ପରବର୍ତ୍ତୀ ସମୟରେ ସମସ୍ତ ଦସ୍ତାବିଜ୍ ଦାଖଲ କରାଯାଇଥିଲା । ଏହାପରେ ଦୁଇ ଦୁଇ ଥର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ଉପରେ ବୈଠକ କରିବା ପରେ ଆଜି ଶେଷରେ କୋଭାକ୍ସିନ୍ କୁ ଅନୁମତି ମିଳିଛି ।

Show More

Related Articles

Back to top button