Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

କୋଭାକ୍ସିନ ଓ କୋଭିସିଲ୍ଡକୁ ମିଳିଲା ନ୍ୟୁଜିଲାଣ୍ଡର ମଞ୍ଜୁରୀ

ଭାରତର କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡକୁ ମିଳିଲା ନ୍ୟୁଜିଲାଣ୍ଡର ଅନୁମତି । ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନ ଅନୁମତି ଦେବା ପରେ ଏବେ ଗୋଟିଏ ପରେ ଗୋଟିଏ ଦେଶ ଭାରତୀୟ ଟିକାକୁ ଅନୁମତି ଦେଇ ଚାଲିଛନ୍ତି । ନ୍ୟୁଜିଲାଣ୍ଡ ସରକାର ମଧ୍ୟ ଏହି ଟିକାକୁ ଅନୁମତିପ୍ରାପ୍ତ ଟିକା ତାଲିକାରେ ସାମିଲ କରିଛନ୍ତି ।

ନ୍ୟୁଜିଲାଣ୍ଡ ସରକାର ୮ ଟି କରୋନା ଟିକାକୁ ଅନୁମତି ଦେଇଛନ୍ତି । ଏନେଇ ଦେଶର ଉଚ୍ଚାୟୁକ୍ତ ମୁଖତେଶ ପରଦେଶ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଟିକାକୁ ଅନୁମତି ଦେବା ପରେ ନ୍ୟୁଜିଲାଣ୍ଡ ସରକାର ଭାରତ ଉପରେ ଲାଗୁ ଯାତ୍ରା କଟକଣାକୁ ଖୁବ୍ ଶିଘ୍ର ହଟାଇବେ । ଅନ୍ୟପଟେ କୋଭାକ୍ସିନକୁ କିଛି ଦିନ ହେବ ୯୬ ଟି ଦେଶ ଅନୁମତି ଦେଇ ସାରିଲେଣି ।

Show More

Related Articles

Back to top button