ଖେଳଦେଶ ବିଦେଶବାଣିଜ୍ୟ

ଦେଶକୁ ଫେରୁଛି PUBG ଗେମ

ୟୁଜରଙ୍କ ପାଇଁ ରହିଛି ଖାସ ଫିଚର

ଭାରତ ଫେରିବାକୁ ଯାଉଛି ଲୋକପ୍ରିୟ ଗେମିଂ ଆପ୍‌ PUBG । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତକୁ ପବଜୀ ମୋବାଇଲ୍‌ ଗେମ୍‌ ଫେରିବା ନେଇ ସାଉଥ୍‌ କୋରିଆ କମ୍ପାନୀ ପବଜୀ କର୍ପୋରେସନ ଘୋଷଣା କରିଛି। ତେବେ କେବଳ ଭାରତ ପାଇଁ ନୂଆ ଫିଚର ସହ ଗେମ୍‌ ଲଞ୍ଚ ହେବାକୁ ଥିବା ବେଳେ ଏଥର କୌଣସି ଚୀନ ଆପ୍‌ ପାର୍ଟନର ନଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।ପବଜୀ କର୍ପୋରେସନ୍‌ ଅନୁସାରେ ଭାରତରେ ପବଜୀ ମୋବାଇଲ ଇଣ୍ଡିଆ ଲଞ୍ଚ ହେବ। ଏଥିରେ ବିଶେଷ ଭାବେ ୟୁଜରଙ୍କ ଡାଟା ସୁରକ୍ଷା ଉପରେ ଗୁରୁତ୍ବ ଦିଆଯିବ। ଏହା ସହ ଭାରତରେ ବଡ଼ ନିବେଶ କରିବାକୁ କମ୍ପାନୀ ଯୋଜନା କରୁଥିବା ଜଣାପଡ଼ିଛି।

ପ୍ଳେୟର୍ସ ଅନ୍‌ନୋନ୍‌ ବ୍ୟାଟେଲଗ୍ରାଉଣ୍ଡ(ପବ୍‌ଜୀ)ର ନିର୍ମାତା ପବଜୀ କର୍ପୋରେସନ୍‌ର ପ୍ୟାରେଣ୍ଟ ସାଉଥ୍‌ କୋରିଆ କମ୍ପାନୀ କ୍ରାଫ୍ଟନ। ତେବେ କମ୍ପାନୀ ପକ୍ଷରୁ ପବ୍‌ଜୀ ମୋବାଇଲ୍‌ ଇଣ୍ଡିଆ ଲଞ୍ଚ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।ମିଳିଥିବା ସୂଚନା ଅନୁସାରେ ଭାରତୀୟ ୟୁଜରଙ୍କ ପାଇଁ ବିଶେଷ ଫିଚର ଦିଆଯିବ। ତେବେ ଏହାର ଲୋକପ୍ରିୟତାକୁ କାଏମ ରଖିବା ପାଇଁ ଭାରତରେ ଗୋଟିଏ ପାର୍ଟନର କମ୍ପାନୀ ରଖିବ କ୍ରାଫ୍ଟନ। ତେବେ କ୍ରାଫ୍ଟନ ଭାରତରେ ୧୦୦ ମିଲିୟନ୍‌ ଡଲାର ନିବେଶ କରିବ। ସାଉଥ୍‌ କୋରିଆ କମ୍ପାନୀ ଦ୍ବାରା ଭାରତରେ ଏହା ସବୁଠୁ ବଡ଼ ନିବେଶ ବୋଲି କମ୍ପାନୀ ଦାବି କରିଛି।ଯଦିଓ କେବେ ଏହି ଆପ୍‌ ଲଞ୍ଚ କରିବ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ତଥାପି ଏନେଇ ଖୁବଶୀଘ୍ର ଜଣାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି। ଭାରତରେ ପବଜୀ କମ୍ପାନୀ ପକ୍ଷରୁ ବିଭିନ୍ନ ସ୍ଥାନରେ କାର୍ଯ୍ୟାଳୟ ଖୋଲିବାକୁ ଥିବା ବେଳେ କମ୍ପାନୀ ପ୍ରଥମେ ୧୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେବ ବୋଲି ଜଣାପଡ଼ିଛି।

Tags
Show More

Related Articles

Back to top button
Close