ଦେଶ ବିଦେଶମୁଖ୍ୟ ଖବର

ଦେଶରେ କରୋନା ଆରୋଗ୍ୟ ହାର ୯୬.୯୮%କୁ ବୃଦ୍ଧି

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୩ ହଜାର ୮୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୭ ଲକ୍ଷ ୩୩ ହଜାର ୧୩୧ରେ ପହଂଚିଛି

ସେହିପରି ୧୪ ହଜାର ୮୦୮ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧ କୋଟି ୪ ଲକ୍ଷ ୯ ହଜାର ୧୬୦ ଓ ଆରୋଗ୍ୟ ହାର ୯୬.୯୮%ରେ ପହଂଚିଛି।ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟାରେ ୧ ହଜାର ୮୬୨ ହ୍ରାସ ପାଇଁ ଏବେ ଏହି ସଂଖ୍ୟା ୧ ଲକ୍ଷ ୬୯ ହଜାର ୮୨୪ରେ ରହିଛି। ଅନ୍ୟ ପକ୍ଷରେ ସେହି ସମୟ ମଧ୍ୟରେ ୧୩୭ ଜଣ ସଂକ୍ରମିତଙ୍କ ମୃତ୍ୟୁ ହେବା ଫଳରେ ଆଜି ସୁଦ୍ଧା ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୧୪୭କୁ ବୃଦ୍ଧି ପାଇଛି।

ଦେଶରେ ଗତକାଲି ଗୋଟିଏ ଦିନରେ ୭ ଲକ୍ଷ ୫୬ ହଜାର ୩୨୯ଟି କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ଏଯାବତ ମୋଟ ୧୯ କୋଟି ୫୮ ଲକ୍ଷ ୩୭ ହଜାର ୪୦୮ଟି ନମୁନା ପରୀକ୍ଷା ସରିଥିବା ଆଇସିଏମଆର ସୂଚନା ଦେଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ଏବେ ୧୨୧୨ଟି ସରକାରୀ କରୋନା ପରୀକ୍ଷାଗାର ଥିବା ବେଳେ ୧୧୫୦ଟି ଘରୋଇ ପରୀକ୍ଷାଗାର ରହିଛି। ସେହିପରି ୫୩୯ଟି ସରକାରୀ ଓ ୮୦୨ଟି ଘରୋଇ ରିଅଲ ଟାଇମ ପରୀକ୍ଷାଗାର, ୬୨୯ଟି ସରକାରୀ ଓ ୨୫୬ଟି ଘରୋଇ ଟ୍ରୁ-ନାଟ ପରୀକ୍ଷାଗାର, ୪୨ଟି ସରକାରୀ ଓ ୯୨ଟି ଘରୋଇ ସିବି-ନାଟ ପରୀକ୍ଷାଗାର ଏବଂ ଅନ୍ୟ ୨ଟି ସରକାରୀ ପ୍ଲାଟଫର୍ମ ରହିଛି।

Show More

Related Articles

Back to top button