Breaking PLUSଓଡ଼ିଶାମୁଖ୍ୟ ଖବର
ବିଦେଶାଗତ ପକ୍ଷୀଗଣନା ଆରମ୍ଭ

ଭୁବନେଶ୍ୱର- ବନବିଭାଗ ପକ୍ଷରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବିଦେଶାଗତ ପକ୍ଷୀ ମାନଙ୍କର ଗଣନା ଆରମ୍ଭ ହୋଇଛି |ବିଭିନ୍ନ ସ୍ଥାନ ମଧ୍ୟରେ ଭିତରକନିକା,ଚିଲିକା,ବ୍ରହ୍ମଗିରି,ବଣାଇ ଓ ସମ୍ବଲପୁରରେ ପକ୍ଷୀଗଣନା ଚାଲିଛି |ପକ୍ଷୀଗଣନା ପାଇଁ ଭିତରକନିକାରେ ୫ ଟି ରେଞ୍ଜରେ ୧୮ ଟି ଟିମ ନିୟୋଜିତ ହୋଇଛନ୍ତି | ବଣାଇ ଡିଭିଜନ୍ର ୭ ଟି ରେଞ୍ଜ ରେ ମଧ୍ୟ ୧୮ ଟି ଟିମ ସାମିଲ ହୋଇଛନ୍ତି |ଚିଲିକାର ୫ ଟି ରେଞ୍ଜ ରେ ୨୧ ଟି ଟିମ ଦ୍ବାରା ପକ୍ଷୀଗଣନା କରାଯାଉଛି |ସମ୍ବଲପୁରର ହୀରାକୁଦ ଡ୍ୟାମରେ ୩୨ ଟିମ ପକ୍ଷୀଗଣନା କରୁଛନ୍ତି ଓ ପୁରୀ ରେ ମଧ୍ୟ ପୁରୀ ବନଖଣ୍ଡ ର ୫ ଟି ରେଞ୍ଜରେ ୨୫ ଟି ଟିମ ନିୟୋଜିତ ହୋଇଛନ୍ତି |