
କଟକରୁ ପୁଣି ଜବତ ହେଲା ନକଲି ଔଷଧ । ପୁରୀଘାଟ ଥାନା ପୁଲିସ ଦୋଳମୁଣ୍ଡାଇ ମହତାବ ରୋଡ ସ୍ଥିତ ଏକ ଟ୍ରାନ୍ସପୋର୍ଟରୁ ଏହି ନକଲି ଔଷଧ ଜବତ କରିଛି । ଯାହାର ମୂଲ୍ୟ ରହିଛି ୩ଲକ୍ଷ ଟଙ୍କା ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭି ଆର ଡ୍ରଗ ଏଜେନ୍ସି ଏହି ନକଲି ଔଷଧ କଲିକତାରୁ ମଗାଇଥିବାବେଳେ ଡ୍ରଗ ଏଜେନ୍ସିର ମାଲିକ ରାହୁଲ କ୍ୟାଲଙ୍କୁ ଗିରଫ କରାଯାଇଛି।ଜବତ ଔଷଧ ରକ୍ତଚାପ ରୋଗୀ ଖାଉଥିବା ଟେଲମା ଫର୍ଟି ଓ ଟେଲମା ଏ ଏମ ଅଟେ ।
ସୂଚନାଯୋଗ୍ୟ, ନକଲି ଉଚ୍ଚ ରକ୍ତଚାପ ଔଷଧ କାରବାରରେ ସଂପୃକ୍ତ ଦୁଇ ଔଷଧ ମାଫିଆ ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନଙ୍କ ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟରୁ ୨୮ ଲକ୍ଷ ଟଙ୍କା ଜବତ କରିଛି ପୁରୀଘାଟ ଥାନା ପୁଲିସ। ରାଜ୍ୟ ବାହାରୁ ନକଲି ଔଷଧ ଆମଦାନୀ କରି ଓଡ଼ିଶାରେ ଯେଉଁ କାରବାର ହୋଇଥିଲା, ସେହି ଟଙ୍କା ପୁଲିସ ଜବତ କରିବା ପରେ ଓଡ଼ିଶାରେ ଏହି କେଳେଙ୍କାରୀରେ ସମ୍ପୃକ୍ତ ଅନ୍ୟ ଡିଲରମାନେ ଆତଙ୍କିତ ହୋଇଯାଇଛନ୍ତି।
ଅନ୍ୟପଟେ ଏହି ଦୁଇଜଣଙ୍କୁ ପୁରୀଘାଟ ଥାନା ପୁଲିସ ଦୁଇଦିନିଆ ରିମାଣ୍ଡରେ ଆଣିଥିଲା। ଏସ୍ଡିଜେଏମ୍ଙ୍କ କୋର୍ଟରେ ପୁଲିସ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା। କୋର୍ଟ ଦୁଇ ଦିନ ପାଇଁ ଅନୁମତି ଦେଇଥିଲେ।