Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଚନ୍ଦ୍ରଯାନ-3ର ଅବତରଣ ପାଇଁ କାଉଣ୍ଟଡାଉନ ଆରମ୍ଭ

କାଲି ସନ୍ଧ୍ୟାରେ ଅବତରଣ କରିବ ଚନ୍ଦ୍ରଯାନ

ଆସନ୍ତା ୨୩ ତାରିଖ ବୁଧବାର ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି। ଏଥିପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି।

ଏହି ଅଭିଯାନ ନିଶ୍ଚୟ ସଫଳ ହେବ ବୋଲି ବୈଜ୍ଞାନିକମାନେ ଦୃଢ଼ ଆଶା ପୋଷଣ କରିଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ପକ୍ଷରୁ କୁହାଯାଇଛି ଯେ ଚନ୍ଦ୍ରଯାନ-୩ର ଅବତରଣ ପାଇଁ ସବୁ ପ୍ରସ୍ତୁତି କରାଯାଇଥିବା ବେଳେ ଏବେ ତା’ର ଆଭ୍ୟନ୍ତରୀଣ ଯାଞ୍ଚ କରାଯାଉଛି।

ଅଗଷ୍ଟ ୨୩ ଅପରାହ୍ଣ ୫ଟା ୪୫ରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ ଏବଂ ସନ୍ଧ୍ୟା ପ୍ରାୟ ୬ଟା ୪ରେ ଏହା ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରିବ ବୋଲି ଆଶା କରାଯାଉଛି।

Show More

Related Articles

Back to top button