Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ୩୬୮୨ ଜଣ ନୂଆ  ଆକ୍ରାନ୍ତ ଚିହ୍ନଟ

ଦେଶରେ ଗତ ୨୪ ଘଣ୍ଟାରେ ୭୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ୩୬୮୨ ଜଣ ନୂଆ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୪୪୧ ଜଣ ସ୍ଥାନିୟ ସଂକ୍ରମିତ ହୋଇଥିବା ବେଳେ ୨୨୪୧ କ୍ୱାରେଣ୍ଟାଇରେ ଥିବା ସୂଚନା ରହିଛି ।

ଦେଶରେ ଗତ ୨୪ ଘଣ୍ଟାରେ ୭୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ୩୬୮୨ ଜଣ ନୂଆ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୪୪୧ ଜଣ ସ୍ଥାନିୟ ସଂକ୍ରମିତ ହୋଇଥିବା ବେଳେ ୨୨୪୧ କ୍ୱାରେଣ୍ଟାଇରେ ଥିବା ସୂଚନା ରହିଛି । ରାଜ୍ୟରେ ଖୋର୍ଦ୍ଦା ଜିଲ୍ଲାର ସର୍ବାଧିକ ୭୭୫ ଜଣ ସଂକ୍ରମିତ ରହିଥିବା ବେଳେ, ରାୟଗଡ଼ା ୪୯୫ ଜଣ, କଟକରେ ୩୬୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ଦେଖିବାକୁ ଗଲେ ତାଲିକାରେ ମୟୁରଭଞ୍ଜ, ଗଞ୍ଜାମ, ବରଗଡ଼ ଜିଲ୍ଲା ପ୍ରଥମ ପାଞ୍ଚଟି ସ୍ଥାନରେ ଅଛନ୍ତି । ଆସ୍ୱସ୍ଥିର କଥା ଦେଖିବାକୁ ଗଲେ ଗୋଟିଏ ଦିନରେ ୨୫୧୦ ଜଣ ସୁସ୍ଥ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୧୬୧୨୦୯୭ ଜଣଙ୍କର ଟେଷ୍ଟ ହୋଇସାରିଛି । ତେବେ ସର୍ବମୋଟ କହିବାକୁ ଗଲେ ଓଡ଼ିଶାରେ ୯୪୬୬୮ଜଣ ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ, ଆକ୍ଟିଭ କେସ୍ ୨୮୮୩୬ ରହିଥିବାବେଳେ, ୬୫,୩୨୩ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

 

Show More

Related Articles

Back to top button