
ବିଶ୍ୱରେ କରୋନା ପ୍ରକୋପ ଧାରେଧୀରେ କମୁଥିବାବେଳେ ଆମେରିକାରୁ ଏକ ଖବର ସାମ୍ନାକୁ ଆସିଛି । ଆମେରିକାରେ କରୋନାର ପ୍ରକୋପ ସମାପ୍ତ ହୋଇଛି । ଏନେଇ ଏକ ଇଣ୍ଟରଭ୍ୟୁରେ କହଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ।
ବାଇଡେନ୍ କହିଛନ୍ତି ଯେ, ‘କୋଭିଡ ଶେଷ ହୋଇଛି, କିନ୍ତୁ ଏହା ସହ ଜଡିତ ସମସ୍ୟା ଏବେ ବି ଏକ ସମସ୍ୟା ହୋଇ ରହିଛି ।’ ‘କରୋନା ସଂକ୍ରମଣ ଯୋଗୁଁ ଆମେରିକାରେ ଏକ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏବେବି ଏହା ସହ ଜଡ଼ିତ ସମସ୍ୟାର ସମାଧାନ ପାଇଁ କାମ ଚାଲିଛି । ତେବେ ସଂକ୍ରମଣର ପ୍ରଭାବ ଯଥେଷ୍ଟ ହ୍ରାସ ପାଇଛି ଏବଂ ଦେଶରେ ମହାମାରୀ ଶେଷ ହୋଇଛି ।’ ଆମେରିକାର ବାଇଡେନ ସରକାର ତଥାପି କୋଭିଡ -୧୯ କୁ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବରେ ଦେଖୁଛନ୍ତି, କିନ୍ତୁ ଲୋକମାନେ ସେଠାରେ କରୋନା କଟକଣାରୁ ବଞ୍ଚିତ ହୋଇଛନ୍ତି ।