ଦେଶ ବିଦେଶ

ପାକିସ୍ତାନକୁ ମାଗଣାରେ ମିଳିବ ଭାରତରେ ପ୍ରସ୍ତୁତ କରୋନା ଟିକା, ୧.୭୦ କୋଟି ଡୋଜ୍ ପାଇଁ ପଥ ପରିଷ୍କାର

ବିଳମ୍ବରେ ହେଲେ ମଧ୍ୟ ପାକିସ୍ତାନରେ ଏବେ ଟିକାକରଣ ପଥ ପରିଷ୍କାର ହୋଇଛି। ପାକିସ୍ତାନର ଇମ୍ରାନ ସରକାର ଅଦ୍ୟାବଧି କରୋନା ଟିକାର ଗୋଟିଏ ହେଲେ ଡୋଜ୍ କିଣି ପାରି ନାହାନ୍ତି। କିନ୍ତୁ ଚୀନ ଏହି ପଡୋଶୀ ଦେଶକୁ ୫ ଲକ୍ଷ ଡୋଜ୍ ମାଗଣାରେ ଦେଇଛି

ଏହାକୁ ଆଣିବା ପାଇଁ ପାକିସ୍ତାନ ବିମାନ ପଠାଯାଇଛି। ତେବେ ଚୀନର ଡୋଜ୍‌ ଦେଶରେ ପହଞ୍ଚିବା ପୂର୍ବରୁ ପାକିସ୍ତାନ ଆହୁରି ଉତ୍ସାହିତ ହୋଇ ଉଠିଛି କାରଣ ୧.୭୦ କୋଟି ଭାରତୀୟ ଟିକା ମାଗଣାରେ ମିଳିବାର ପଥ ପରିଷ୍କାର ହୋଇଛି। ତାକୁ କୋଓ୍ଵାକ୍ସ ପ୍ରୋଗ୍ରାମ ଆଧାରରେ ଏହି ଟିକା ମାଗଣାରେ ମିଳିବାକୁ ଯାଉଛି।ପାକିସ୍ତାନ ସର୍ବପ୍ରଥମେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଓ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପକ୍ଷରୁ ପ୍ରସ୍ତୁତ କୋଭିସିଲ୍ଡ ଟିକାକୁ ଜରୁରୀକାଳୀନ ମଞ୍ଜୁରୀ ଦେଇଛି। ହେଲେ ଇମ୍ରାନ ସରକାର ପାଖରେ ଏହି ଟିକା କିଣିବା ପାଇଁ ନା ଅର୍ଥ ଅଛି ନା ଭାରତ ସରକାରକୁ ଟିକା ମାଗିବାକୁ ସାହାସ ଅଛି। ହେଲେ ପାକିସ୍ତାନ ପଛଦ୍ଵାର ଦେଇ ଟିକା ପାଇବାକୁ ଉଦ୍ୟମ କରିଛି।

ନିଜ ଦେଶର ରାଜ୍ୟ ସରକାର ଏବଂ ଘରୋଇ ସେକ୍ଟରକୁ ଟିକା କିଣିବାକୁ ଇମ୍ରାନ ସରକାର ଅନୁମତି ଦେଇ ସାରିଛି।ଏହି କ୍ରମରେ ରବିବାର ଇମ୍ରାନ ଖାନଙ୍କ ବିଶେଷ ସହାୟକ(ସ୍ଵାସ୍ଥ୍ୟ) ଡ. ଫୈସଲ ସୁଲତାନ ଘୋଷଣା କରିଛନ୍ତି ଯେ, ଫେବୃଆରୀରେ ପାକିସ୍ତାନକୁ ଆଷ୍ଟ୍ରାଜେନେକାର ଭ୍ୟାକସିନ ମିଳିବାକୁ ଯାଉଛି। ୬୦ ଲକ୍ଷ ଡୋଜ୍‌ ମାର୍ଚ୍ଚ ସୁଦ୍ଧା ମିଳିଯିବ ଏବଂ ଜୁନ୍ ସୁଦ୍ଧା ୧.୭୦ କୋଟି ଡୋଜ୍ ମିଳିଯିବ।କୋଓ୍ଵାକ୍ସରୁ ମିଳିଥିବା ଚିଠିରେ ଏହା ଉଲ୍ଲେଖ ରହିଛି ଯେ ୨୦୨୧ ପ୍ରଥମ ଛଅ ମାସରେ ଆଷ୍ଟ୍ରାଜେନେକା ଭ୍ୟାକସିନର ୧.୭୦ କୋଟି ଡୋଜ୍ ପାକିସ୍ତାନକୁ ମିଳିବ। ଫେବୃଆରୀ ଆରମ୍ଭରୁ ମାର୍ଚ୍ଚ ମାସ ସୁଦ୍ଧା ୬୦ ଲକ୍ଷ ଡୋଜ୍ ଉପଲବ୍ଧ ହୋଇଯିବ। ଏହି ସବୁ ଟିକା ପାକିସ୍ତାନକୁ ମାଗଣାରେ ମିଳିବ।

Concernant la prise quotidienne, elle doit être prise ponctuellement chaque jour, ce qui peut être contraignant pour certains patients. Il se compose donc du même principe actif, et a le même fonctionnement. Une seule différence peut exister dans les excipients utilisés. Chaque pilule contient la molécule active Tadalafil à 2,5, 5, 10 ou 20 mg selon le dosage prescrit. https://www.cialispascherfr24.com/ Trois autres études menées auprès de se sont intéressées au traitement en prise quotidienne.

Show More

Related Articles

Back to top button