Breaking PLUSଓଡ଼ିଶାମୁଖ୍ୟ ଖବର

ଦୀର୍ଘ ୭ମାସ ପରେ କରୋନା କଟକଣା ମଧ୍ୟରେ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ପ୍ରଥମ ଦିନରେ ୧୩ଜଣ ପର୍ଯ୍ୟଟକଙ୍କର ଭିତର କନିକାକୁ ଆସିଛନ୍ତି ।

ଦୀର୍ଘ ୭ମାସ ପରେ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆଜି କରୋନା କଟକଣା ମଧ୍ୟରେ ଖୋଲାଯାଇଛି। ପ୍ରଥମ ଦିନରେ ଭିତରକନିକାକୁ ୧୩ଜଣ ପର୍ଯ୍ୟଟକ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗର ୬ଜଣ ପର୍ଯ୍ୟଟକ ଡାଙ୍ଗମାଳଠାରେ ଥିବା ଚିତଲ କଟେଜର ୨ଟି ରୁମ୍‌ ବୁକ୍‌ କରିଛନ୍ତି।

ସେହିପରି କେନ୍ଦ୍ରାପଡ଼ାର ୭ଜଣ ପର୍ଯ୍ୟଟକ ହେରେନ କଟେଜର ୩ଟି ରୁମ୍‌ ବୁକିଂ କରି ରହିଛନ୍ତି।ଚିତଲ କଟେଜ ରୁମ ପିଛା ୫ହଜାର ୮୦୦ ଏବଂ ହେରେନ କଟେଜ ପାଇଁ ରୁମ୍ ପିଛା ୬ହଜାର ୩୦୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ ଜଣାପଡ଼ିଛି। ଆଗ୍ରହି ପର୍ଯ୍ୟଟକ ମାନେ ଇକୋ ଟୁରିଜିମ ମାଧ୍ୟମରେ ବୁକିଂ କରିପାରିବେ । ପର୍ଯ୍ୟଟକଙ୍କ ପାଇଁ ୭ମାସ ପରେ ଭିତରକନିକା ଖୋଲାଯାଇଛି । ରୁମ୍‌ଗୁଡ଼ିକ ବିଶୋଧନ କରାଯିବା ସହ ବୋଟକୁ ମଧ୍ୟ ସାନିଟାଇଜ କରାଯାଇଛି। ସେହିପରି ପର୍ଯ୍ୟଟକମାନଙ୍କୁ ହ୍ୟାଣ୍ଡ ସାନିଟାଇଜର ଓ ମାସ୍କ ପ୍ରଦାନ କରାଯାଉଛି। ସୂଚନାଯୋଗ୍ୟ ଯେ, ଭିତରକନିକାକୁ କେବଳ ରାତ୍ରିଯାପନ ପାଇଁ କଟେଜ ବୁକିଂ କରିଥିବା ପର୍ଯ୍ୟଟକଙ୍କୁ ଆସିବା ଓ ରହିବା ପାଇଁ ଅନୁମତି ଦିଆଯାଇଛି। ଡାଙ୍ଗମାଳରେ ୧୬ଟି କଟେଜ ପର୍ଯ୍ୟଟକଙ୍କ ପାଇଁ ପ୍ରଥମ ପର୍ଯ୍ୟାୟରେ ଉପଲବ୍ଧା କରାଯାଇଛି । ଦିନରେ ଆସି ବୁଲି ଫେରି ଯାଉଥିବା ପର୍ଯ୍ୟଟକଙ୍କୁ ଭିତରକନିକାକୁ ଆସିବା ଉପରେ କଟକଣା ଜାରି ରହିଛି।

Show More

Related Articles

Back to top button