Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ଦିଆଯିବ କରୋନାର ବୁଷ୍ଟର ଡୋଜ

ପୁଣି ଫେରୁଛି କରୋନା ।

ପୁଣି ଫେରୁଛି କରୋନା । ଏଣିକି ଦେଶର ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ କରୋନାର ବୁଷ୍ଟର ଡୋଜ୍‌ ଦିଆଯିବ। ଯେଉଁମାନେ ୧୮ ବର୍ଷରୁ ଅଧିକ ବୟସର ହୋଇଥିବେ ଏବଂ ଦ୍ୱିତୀୟ ଡୋଜ୍‌ ନେବାର ନଅ ମାସ ପୂରଣ କରିସାରିଥିବ, ସେମାନେ ବୁଷ୍ଟର୍‌ ଡୋଜ୍‌ ନେଇପାରିବେ। ଏ ନେଇ ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଏପ୍ରିଲ ୧୦ ତାରିଖରୁ ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ବୁଷ୍ଟର ଡୋଜ୍‌ ମିଳିପାରିବ । ଦେଶରେ କୋଭିଡ୍‌-୧୯ର ନୂତନ ରୂପାନ୍ତରିତ ଭୂତାଣୁ ଚିହ୍ନଟ ହେବା ସହ ଦେଶରେ ଦୈନିକ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାକୁ ଆରମ୍ଭ କରିଛି। ଗତକାଲି ଦେଶରେ ଦୈିନିକ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଉପରେ ରହିଥିବା ବେଳେ ଆଜି ଏହା ୧୧୦୦ ଟପି ଯାଇଛି। ଦୈନିକ କୋଭିଡ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

 

Show More

Related Articles

Back to top button