ଦେଶ ବିଦେଶ

କରୋନାର ତୃତୀୟ ଲହରରେ ପିଲାଙ୍କ ପାଇଁ ଆସିଲା ଭ୍ୟାକ୍ସିନ

କରୋନା ମହାମାରୀ ମଧ୍ୟରେ ଆସିଲା ଆଶ୍ଵସ୍ତିକର ଖବର। ଏବେ ଛୋଟ ପିଲାଙ୍କୁ ମଧ୍ୟ କରୋନା ସଂକ୍ରମଣରୁ ବଞ୍ଚାଯାଇ ପାରିବ। ଏହି କ୍ରମରେ କରୋନାର ତୃତୀୟ ଲହରରୁ ଶିଶୁଙ୍କୁ ବଞ୍ଚାଇବା ପାଇଁ ବ୍ରିଟେନ୍ ସରକାର ବଡ ଘୋଷଣା କରିଛନ୍ତି

ସରକାରଙ୍କ ଅନୁଯାୟୀ, ଏବେ ୧୨ ରୁ ୧୫ ବର୍ଷର ପିଲାଙ୍କୁ ପି ଫାଇଜର ଭ୍ୟାକ୍ସିନ ଦିଆଯାଇ ପାରିବ। ବ୍ରିଟେନ୍‌ର ଡ୍ରଗ ରେଗୁଲଟୀ ଶୁକ୍ରବାର କହିଛନ୍ତି ଯେ, ବହୁତ ସମୀକ୍ଷା ପରେ ପି ଫାଇଜର/ବାୟୋନଟେକ୍‌ର ଭ୍ୟାକ୍ସିନ ଏହି ବୟସର ପିଲାଙ୍କ ପାଇଁ ସଂପୂର୍ଣ୍ଣ ସୁରକ୍ଷିତ।ବ୍ରିଟେନର ମେଡିସିନ ଆଣ୍ଡ ହେଲ୍‌ଥ କେୟାର ପ୍ରଡକ୍ଟ ରେଗୁଲଟରୀ ଏଜେନ୍ସିର ପ୍ରମୁଖ ଜୁନ ରେନ କହିଛନ୍ତି, ଆମେ ବହୁତ ସାବଧାନତାର ସହ ୧୨ ରୁ ୧୫ ବର୍ଷର ପିଲାଙ୍କଠାରେ ମାନବ ପରୀକ୍ଷଣର ଗଭୀର ଅଧ୍ୟୟନ କରିଛୁ। ଏହା ପରେ ଏହି ନିଷ୍କର୍ସରେ ପହଞ୍ଚିଲୁ ଯେ, ଫାଇଜର-ବାୟୋନଟେକର କୋଭିଡ୍-୧୯ ଭ୍ୟାକ୍ସିନ ପିଲାଙ୍କ ପାଇଁ ସୁରକ୍ଷିତ ଏବଂ ପ୍ରଭାବଶାଳୀ। ଏହି ଭ୍ୟାକ୍ସିନରେ ଅନେକ ଫାଇଦା ରହିଛି।

ସେ କହିଛନ୍ତି, ଏହା ପୂର୍ବରୁ ୟୁରୋପରେ ୧୨ ରୁ ୧୫ ବର୍ଷର ପିଲାଙ୍କ ପାଇଁ ଫାଇଜରର ଭ୍ୟାକ୍ସିନକୁ ମଞ୍ଜୁରୀ ଦିଆଯାଇଛି। ଗତ ମେ ୨୮ରେ ୟୁରୋପିୟନ ମେଡିସିନ ଏଜେନ୍ସି(ଇଏମଏ) ଏହି ସମ୍ବନ୍ଧରେ ଘୋଷଣା କରିଥିଲା।ୟୁରୋପୀୟ ସଙ୍ଘର ଡ୍ରଗ ରେଗୁଲେଟ କହିଛନ୍ତି, ଏହି ଭ୍ୟାକ୍ସିନର ପିଲାଙ୍କ ଉପରେ କୌଣସି ଗୁରୁତର କୁପ୍ରଭାବ ଦେଖିବାକୁ ମିଳିନାହିଁ। ଏହି ଭ୍ୟାକ୍ସିନକୁ ସଠିକ୍ ପ୍ରକ୍ରିୟାରେ ତନ୍ନ ତନ୍ନ କରି ସମୀକ୍ଷା କରାଯାଇଛି। ଏହା ପରେ ଯାଇ ଆମେ ଏହି ନିଷ୍କର୍ସରେ ପହଞ୍ଚିଛୁ ଯେ, ଏହି ଭ୍ୟାକ୍ସିନର ପିଲାଙ୍କ ଉପରେ କୌଣସି ଗମ୍ଭୀର ପାର୍ଶ୍ଵ ପ୍ରତିକ୍ରିୟା ନାହିଁ। ଏଥିରେ କୌଣସି ଚିନ୍ତା କରିବାର ବିଷୟ ନାହିଁ ବୋଲି ସେ କହିଛନ୍ତି। ଇଏମଏର ଏହି ସୁପାରିସ ଆମେରିକାରେ ୨୦୦୦ରୁ ଅଧିକ ପିଲାଙ୍କୁ ନେଇ ହୋଇଥିବା ଅଧ୍ୟୟନ ଉପରେ ଆଧାରିତ।

Show More

Related Articles

Back to top button