Breaking PLUSଓଡ଼ିଶାମୁଖ୍ୟ ଖବର
ଗାନ୍ଧିମୂର୍ତ୍ତି ତଳେ କଂଗ୍ରେସ ସଦସ୍ୟଙ୍କ ଧାରଣା

ଭୁବନେଶ୍ୱର: ବିଧାନସଭାରୁ ୭ଦିନ ପାଇଁ ନିଲମ୍ବନ ହୋଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଏହାର ପ୍ରତିବାଦରେ କଂଗ୍ରେସ ବିଧାୟକ ବିଧାନସଭା ନ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ବିଧାନସଭା ଚାଲିଥିବାବେଳେ ଗୃହ ବର୍ଜନ କରି ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି।
ଗତକାଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ୭ ଦିନ ପାଇଁ ବାଚସ୍ପତି ସୁରମା ପାଢ଼ୀ ନିଲମ୍ବନ କରିଥିବାରୁ ଏହାର ପ୍ରତିବାଦରେ କଂଗ୍ରେସ ବିଧାୟକମାନେ ବିଧାନସଭା ନ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ବିଧାୟକ ତାରା ବାହିନୀପତିଙ୍କ ନିଲମ୍ବନ ନ ହଟିବା ଯାଏଁ ସେମାନେ ବିଧାନସଭା ଯିବାକୁ ବୟକଟ୍ କରିବେ ବୋଲି କହିଛନ୍ତି।