Breaking PLUSଓଡ଼ିଶାମୁଖ୍ୟ ଖବର

ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି, କଂଗ୍ରେସର ହଲ୍ଲାବୋଲ୍

ଭୁବନେଶ୍ଵର:  କଂଗ୍ରେସର ହାଲ୍ଲାବୋଲ୍ । ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ହଜାର ହଜାର କଂଗ୍ରେସ ନେତା ଓ କର୍ମୀ ବିଧାନସଭା ଘେରାଉ ପାଇଁ ପଦଯାତ୍ରା କରିଛନ୍ତି। କଂଗ୍ରେସର ବିଧାନସଭା ଘେରାଉବେଳେ ଲୋୟର ପିଏମଜି ପାଲଟିଛି ରଣକ୍ଷେତ୍ର। କଂଗ୍ରେସ କର୍ମୀ ବ୍ୟାରିକେଡ୍ ଭାଙ୍ଗିବା ସହ ପୁଲିସ ସହ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି। ବ୍ୟାରିକେଡ୍ ଭାଙ୍ଗି ଆଗକୁ ଯିବାକୁ ଉଦ୍ୟମ କରିଛନ୍ତି କଂଗ୍ରେସ ନେତା ଓ କର୍ମୀ। କଂଗ୍ରେସ କର୍ମୀଙ୍କୁ ରୋକିବାକୁ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଛି। କଂଗ୍ରେସ କର୍ମୀଙ୍କ ଉପରେ ଲାଠି ଚାର୍ଜ କରିବାସହ ପାଣି ମାଡ଼ ଓ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଛି ପୁଲିସ। ଲୋୟର ପିଏମଜିରେ ଚେୟାର ଫିଙ୍ଗା ସହ ଟେକା ପଥର ମାଡ଼ ହୋଇଛି। ଏଥିରେ ଅନେକ କଂଗ୍ରେସ କର୍ମୀଙ୍କ ସହ ଏକାଧିକ ପୁଲିସ କର୍ମଚାରୀ ଓ ଖବର ପ୍ରସାରଣ ପାଇଁ ଯାଇଥିବା ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି। ଉତ୍ୟକ୍ତ କର୍ମୀମାନେ ପୁଲିସକୁ ଅଣ୍ଡା ମାଡ଼ କରିଛନ୍ତି। ଅପରପକ୍ଷେ କଂଗ୍ରେସର କେତେକ ତୁଙ୍ଗ ନେତାଙ୍କୁ ପୁଲିସ ଉଠାଇ ନେଇଥିବା ଜଣାପଡ଼ିଛି।

Show More

Related Articles

Back to top button