ଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ

ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ରାଷ୍ଟ୍ରପତି ମୁର୍ମୁଙ୍କ ବିବାଦୀୟ ବୟାନକୁ ନେଇ ରାଜନୈତିକ ଆରୋପ-ପ୍ରାତ୍ୟାରୋପ ପରେ ସୋନିଆ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ଏହାକୁ କଂଗ୍ରେସ ଭ୍ରଷ୍ଟାଚାର ଏବଂ ଔପଚାରିକ ସାକ୍ଷାତକାର ବୋଲି କହିଛି ।

ତେବେ କିଛିଦିନ ତଳେ ଲୋକସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଦେଇଥିବା ବିବୃତ୍ତିକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଅଧିର ରଂଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ବିଜେପି କଂଗ୍ରେସ ଏବଂ ଅଧିର ରଂଜନ ଚୌଧୁରୀଙ୍କୁ କଡ଼ା ସମାଲୋଚନା କରିଥିଲା।

ଏପରିକି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସକୁ ଆଦିବାସୀ ବିରୋଧୀ, ମହିଳା ବିରୋଧୀ ଏବଂ ଗରିବ ବିରୋଧୀ ବୋଲି କହିଛନ୍ତି। ଏହି ପ୍ରସଙ୍ଗରେ ସେ ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିବାକୁ କହିଥିଲେ । ଯାହାକୁ ନେଇ ସୋନିଆ ଏବଂ ସ୍ମୃତୀ ଇରାନୀ ମୁହାଁମୁହିଁ ହୋଇଥିଲେ। ତେବେ ବିବାଦ ଅଧୀର ରଞ୍ଜନ ଚୌଧୁରୀ କ୍ଷମା ମାଗିଥିଲେ। ସେ ନିଜର ଭୁଲ୍ ସ୍ୱୀକାର କରିଥିଲେ । ସେ କହିଥିଲେ ଯେ, ମୁଁ ବଙ୍ଗାଳୀ ମୋର ହିନ୍ଦୀ ଭଲ ନୁହେଁ । ଏଥିପାଇଁ ଏପରି ଭୁଲ ହୋଇୟାଇଛି ।

Show More

Related Articles

Back to top button