ଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଲେ କଂଗ୍ରେସ ନେତା ଜୟବୀର ଶେରଗିଲ

ଆଜି କଂଗ୍ରେସ ନେତା ଜୟବୀର ଶେରଗିଲ ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି । ଏହା କଂଗ୍ରେସ ପାଇଁ ଏକ ଶକ୍ତ ଝଟକା । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ଇସ୍ତଫା ପତ୍ରରେ ଶେରଗିଲ କହିଛନ୍ତି ଯେ, ‘ମୁଁ ଦୁଃଖିତ ଯେ ବର୍ତ୍ତମାନ ଲୋକ ତଥା ଦେଶର ସ୍ୱାର୍ଥରେ ନିଷ୍ପତ୍ତି ନିଆଯାଉ ନାହିଁ ।

ଯେଉଁମାନେ ତୋଷାମଦରେ ଲିପ୍ତ ରୁହନ୍ତି ସେମାନେ ତୃଣମୂଳ ସ୍ତରକୁ ଅଣଦେଖା କରନ୍ତି। ଦଳରେ ମୁଁ ଆଉ ଯୁବପିଢିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଦେଖି ପାରୁ ନାହିଁ। ଜୟବୀର ଦୀର୍ଘ ଦିନ ହେବ କଂଗ୍ରେସ ଦଳର କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଥିଲେ। ତେବେ ଗତ କିଛି ଦିନ ପୂର୍ବରୁ ତାଙ୍କୁ ଦଳ ଏକ ଖବରଦାତା ସମ୍ମିଳନୀ କରିବାକୁ ଅନୁମତି ଦେଇ ନ ଥିଲା। ଏହି କାରଣରୁ ବୁଧବାର ସେ କଂଗ୍ରେସ ଦଳର ମୁଖପାତ୍ର ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

ସୂଚନା ଥାଉ କି ଇସ୍ତଫା ଦେବା ପୂର୍ବରୁ ସେ କଂଗ୍ରେସର ସର୍ବ କନିଷ୍ଠ ଜାତୀୟ ମୁଖପାତ୍ର ଥିଲେ । ତେବେ ପାର୍ଟିର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଏବଂ ଆନନ୍ଦ ଶର୍ମା ତାଙ୍କୁ ଦିଆଯାଇଥିବା ଭୂମିକାରୁ ଇସ୍ତଫା ଦେଇଥିବା ସମୟରେ ଶେରଗିଲ ଇସ୍ତଫା ଦେଇଛନ୍ତି ।

 

Show More

Related Articles

Back to top button