Breaking PLUSଓଡ଼ିଶାମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଂଗ୍ରେସର କଳା ପତାକା ପ୍ରଦର୍ଶନ

ଭବାନୀପାଟଣା: ଆଜି ଭବାନୀପାଟଣାର କ୍ରିଷ୍ଣାନଗର ପଡ଼ିଆଠାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ମଧ୍ୟ ଉପସ୍ଥିତ ରହିବେ। ହେଲେ ଏହା ପୂର୍ବରୁ କଂଗ୍ରେସ କର୍ମୀମାନେ ମଞ୍ଚ ନିକଟରେ କଳାପତାକା ପ୍ରଦର୍ଶନ କରିଛନ୍ତି। ପୁଲିସ ଘଟଣାସ୍ଥଳରୁ ୮ଜଣ କଂଗ୍ରେସ କର୍ମୀଙ୍କୁ ଉଠାଇନେଇଛି। ସେମାନଙ୍କୁ ଗିରଫ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Show More

Related Articles

Back to top button