Breaking PLUSଓଡ଼ିଶାମୁଖ୍ୟ ଖବର

ସାବାଡ୍ ହେବେ ପେଶାଦାର ଅପରାଧୀ

ଅପରାଧୀଙ୍କ ବିରୋଧରେ ଲାଗିବ ଦଫା-413

() ରାଜଧାନୀରେ ଲୁଟତରାଜ ବଢିଚାଲିଥିବା ବେଳେ ତାହ ଏବେ କମିସନରେଟ୍ ପୋଲିସର ନିଦ ହଜାଇ ଦେଇଛି । ପେଶାଦାର ଲୁଟେରାମାନଙ୍କୁ ସହଜରେ ମିଳିଯାଉଛି ଜାମିନ । ଏବଂ ମୁକୁଳିବା ପରେ ପୁଣି ଥରେ ନିଜ ପେଶାରେ ଲାଗି ପଡୁଛନ୍ତି । ଯାହାକି ଏବେ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି ।
ତେବେ ଅପରାଧୀଙ୍କୁ ଦମନ କରିବା ପାଇଁ ଏବେ କଠୋର ହୋଇଛି । କୋହଳ ଦଫା ଲାଗୁଥିବାରୁ ପେଶାଦାର ଅପରାଧୀଙ୍କୁ ସହଜରେ ଜାମିନ ମିଳିଯାଉଛି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଡିସିପି ପ୍ରତୀକ ସିଂ ।
ଥାନା ଅଧିକାରୀ ଓ ଲୁଟ୍, ଚୋରି ଭଳି ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କୁ ଅପରାଧୀଙ୍କ ବିରୋଧରେ କଡା ଦଫା ଲଗାଇବାକୁ ନିର୍ଦ୍ଦେଶ ଦେଇଛି । ତେଣୁ ଏଣିକି ପେଶାଦାର ଅଧିକାରୀଙ୍କ ବିରୋଧରେ ଲାଗିବ ଦପା-413 । ଖାଲି ଚୋରି ନୁହେଁ, ସିନ୍ଧିଚୋରି, ଲୁଟ ଭଳି ମାମଲାରେ ଗିରଫ ହେଉଥିବା ଅପରାଧୀଙ୍କ ବିରୋଧୀରେ ଅଧିକାରୀମାନେ କାହିଁକି ଦଫା 413 ଲଗାଉନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ଡିସିପି । ଏହି ଦଫାକୁ ପାଳନ କରିବାକୁ ସେ ରାଜଧାନୀର ସବୁ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଦଫା-413ରେ ଅପରାଧୀକୁ ଆଜୀବନ ଜେଲ ସହ ଜରିମାନାର ବ୍ୟବସ୍ଥା ରହିଛି । ପେଶାଦାର ଅପରାଧୀଙ୍କ ବିରୋଧରେ ଏହି ଦଫା ଲାଗିଲେ ଦୌରଜଜଙ୍କ କୋର୍ଟରୁ ହିଁ ଜାମିନ ମିଳିଥାଏ ।

Show More

Related Articles

Back to top button