Breaking PLUSଦେଶ ବିଦେଶମୁଖ୍ୟ ଖବର

ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ତାମିଲନାଡୁ ଲକ୍‌ଡାଉନ୍

ସଂକ୍ରମଣକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଅକ୍ଟୋବର ୩୧ ପର୍ଯନ୍ତ ଲକ୍‌ଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି

ତାମିଲନାଡୁରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଓ ସଂକ୍ରମଣ ରାଶିକୁ କମ କରିବା ଦିଗରେ ରାଜ୍ୟ ସରକାର ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଅବଧିକୁ ବଢାଇଛନ୍ତି। ଶିକ୍ଷାନୁଷ୍ଠାନ, ମନୋରଞ୍ଜନ ପାର୍କ, ମନୋରଞ୍ଜନ କେନ୍ଦ୍ର, ସଂଗ୍ରହାଳୟ ସହିତ ଧାର୍ମିକ, ସାଂସ୍କୃତିକ, ସାମାଜିକ କାର୍ଯ୍ୟକ୍ରମରେ ଏକତ୍ରୀକରଣକୁ ନିଷିଦ୍ଧ କରାଯାଇଛି। ସେହିଭଳି ସହରାଞ୍ଚଳ ଟ୍ରେନ୍‌ ସେବାକୁ ବାତିଲ କରାଯାଇଛି। ଅନ୍ୟପକ୍ଷରେ ସିନେମା ସୁଟିଂକୁ ୧୦୦ ଜଣ ଲୋକଙ୍କ ଭିତରେ ସୀମୀତ ରଖିବା ନେଇ ଅନୁମତି ପ୍ରଦାନ କରାଯାଇଛି। ସକାଳ ୬ରୁ ରାତି ୯ଟା ପର୍ଯ୍ୟନ୍ତ ଚା ଦୋକାନ ଓ ରେସ୍ତୋରାଁ ଗୁଡିକୁ ଖୋଲିବାକୁ ଅନୁମତି ଦିଆଯାଇଛି।

ରାତି ୧୦ଟା ପର୍ଯ୍ୟନ୍ତ ଖାଦ୍ୟ ପ୍ୟାକିଂ କରି ନେବାକୁ ଅନୁମତି ଦିଆଯାଇଛି। ସରକାରୀ ଓ ସରକାରୀ ପରିଚାଳିତ ସଂସ୍ଥା ଗୁଡିକୁ କୋଭିଡ୍‌ କଟକଣା ଭିତରେ ଖୋଲାଯିବାକୁ କୁହାଯାଇଛି। ଅକ୍ଟୋବର ପହିଲାରୁ ୧୦ମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଆବଶ୍ୟକ ମଣିଲେ ସାମାଜିକ କଟକଣା ମଧ୍ୟରେ ସ୍ମୁଲକୁ ଆସି ଶିକ୍ଷକ-ଶିକ୍ଷୟିତ୍ରୀଙ୍କଠାରୁ ପାଠ ବୁଝିପାରିବେ ବୋଲି ନିର୍ଦେଶନାମାରେ ଉଲ୍ଲେଖ କରାଯାଇଛି।

Show More

Related Articles

Back to top button