
ନିକଟରେ ଚୀନ କମ୍ପାନୀ ଟେନ୍ସେଣ୍ଟ ଭାରତରେ ନିଜର PUBG ମୋବାଇଲ୍ ସର୍ଭର ସଟଡାଉନ୍ କରିଛି। ପବଜୀ ମୋବାଇଲ୍ ବହୁ ଦିନରୁ ବ୍ୟାନ୍ ହୋଇଥିଲେ ହେଁ ସର୍ଭର ଚାଲୁ ରହିଥିଲା। ଏବେ ଏହା ସମ୍ପୂର୍ଣ୍ଣ ଭାବେ ଭାରତରେ ବନ୍ଦ ହୋଇଯାଇଛି।ପବ୍ଜୀ ମୋବାଇଲ ଭାରତରେ ପୁଣିଥରେ ଫେରିପାରେ ବୋଲି ସୂଚନା ମିଳିଛି। ଟେକ୍ କ୍ରଞ୍ଚ ଅନୁସାରେ ଦୁଇଟି ସୂତ୍ରରୁ ମିଳିଥିବା ରିପୋର୍ଟ କହୁଛି ଭାରତୀୟ ବଜାରକୁ ଖୁବଶୀଘ୍ର ଫେରିପାରେ ପବଜୀ ଆପ୍।ରିପୋର୍ଟ ଅନୁସାରେ ପବ୍ଜୀ ମୋବାଇଲ୍ର ପ୍ୟାରେଣ୍ଟ ସାଉଥ୍ କୋରିଆ କମ୍ପାନୀ ଏବେ ଗ୍ଲୋବାଲ୍ କ୍ଲାଉଡ୍ ସର୍ଭିସ୍ ପ୍ରୋଭାଇଡର୍ସ ସହ ଆଲୋଚନା କରୁଛି। ଭାରତୀୟ ୟୁଜରଙ୍କ ଡାଟା ଲୋକାଲି ଷ୍ଟୋର ପାଇଁ କମ୍ପାନୀ କଥା ହେଉଥିବା ବେଳେ କେଉଁ କମ୍ପାନୀ ସହାୟତାରେ ପବଜୀ ମୋବାଇଲ୍ ରିଟର୍ଣ୍ଣ କରିବ ସେନେଇ କିଛି ତଥ୍ୟ ମିଳିପାରି ନାହିଁ।
ସେପଟେ ଭାରତର ହାଇ ପ୍ରୋଫାଇଲ୍ ଷ୍ଟିମର୍ସଙ୍କୁ ସଜାଗ ରହିବାକୁ କୁହାଯାଇଥିବା ଜଣାପଡ଼ିଛି। ଚଳିତ ବର୍ଷ ଶେଷ ସୁଦ୍ଧା ପବଜୀ ମୋବାଇଲ୍ ଫେରିବ ବୋଲି ମଧ୍ୟ ସେମାନଙ୍କୁ କୁହାଯାଇଛି। ଏହାସହ ପବଜୀ କର୍ପୋରେସନ୍ ପକ୍ଷରୁ ଯଦିଓ କିଛି ସୂଚନା ମିଳିନାହିଁ କିନ୍ତୁ ମିଳିଥିବା ସୂଚନା ଅନୁସାରେ ଏନେଇ ଦୀପାବଳି ବେଳକୁ କିଛି ଘୋଷଣା କରାଯାଇପାରେ ।ତେବେ ପବଜୀ ମୋବାଇଲ୍ର ପ୍ୟାରେଣ୍ଟ କମ୍ପାନୀ ସାଉଥ୍ କୋରିଆର ବ୍ଲୁହୋଲ୍ ଏବେ କ୍ରାଫ୍ଟନ୍ ନାଁରେ ପରିଚିତ। ଭାରତରେ ଚୀନ ଆପ୍ ବ୍ୟାନ ହେବା ପରେ ଟେନ୍ସେଣ୍ଟ ସହ ଚୁକ୍ତି ବାତିଲ କରିଛି କ୍ରାଫ୍ଟନ୍।ଅନ୍ୟ ଦେଶରେ ଟେନସେଣ୍ଟ ସହ ପବଜୀ କର୍ପୋରେସନ୍ର ପାର୍ଟନରସିପ୍ ଥିବା ବେଳେ ଏବେ ଏୟାରଟେଲ୍ ବା ପେଟିଏମ୍ ସହ ପାର୍ଟନରସିପ୍ ଜରିଆରେ ଭାରତ ପ୍ରବେଶ କରିବ ବୋଲି ଚର୍ଚ୍ଚା ହେଉଥିଲା। ତେବେ ପବଜୀ ମୋବାଇଲ୍ ଭାରତକୁ ରିଟର୍ଣ୍ଣ କରିବାକୁ ଯୋଜନା କରୁଥିବା ବେଳେ କେଉଁ କମ୍ପାନୀକୁ ନିଜର ପାର୍ଟନର କରିବ ତାହା ଜଣାପଡ଼ିନାହିଁ।