Breaking PLUSଓଡ଼ିଶାମୁଖ୍ୟ ଖବର

ମାଡି ଆସୁଛି ବାତ୍ୟା ‘ଗୁଲାବ’

ଘଣ୍ଟା ପ୍ରତି ୯୫ କିମି ବେଗରେ ବହିବ ପବନ, ସଜାଗ ଓଡ୍ରାଫ ଓ ଏନଡିଆରଏଫ

ସ୍ଥଳଭାଗ ଆଡ଼କୁ ମାଡି ଆସୁଛି ସାମୁଦ୍ରିକ ଝଡ଼ ‘ଗୁଲାବ’ । ଏହା ବଙ୍ଗୋପସାଗରର ଉତ୍ତରପଶ୍ଚିମ ଦିଗରେ, ଗୋପାଳପୁରଠାରୁ ୩୧୦କିଲୋମିଟର ଏବଂ କଳିଙ୍ଗପଟନମ୍ ଠାରୁ ୪୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ବାତ୍ୟା ‘ଗୁଲାବ’ ଘଣ୍ଟା ପ୍ରତି ୭ କିମି ବେଗରେ ସ୍ଥଳଭାଗକୁ ଗତି କରୁଛି।ଏହା ଅପରାହ୍ନ ୧୨ଟାରୁ ୩ଟା ମଧ୍ୟରେ ଗୋପାଳପୁରର ଦକ୍ଷିଣ ଏବଂ କଳିଙ୍ଗପଟନମର ଉତ୍ତରରେ ସ୍ଥଳଭାଗ ଅତିକ୍ରମ କରିବ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫କିଲୋମିଟର ରହିବ । ପବନର ଗଷ୍ଟିଙ୍ଗ ବେଗ ଘଣ୍ଟାପ୍ରତି ସର୍ବାଧିକ ୯୫ କିଲୋମିଟର ହୋଇପାରେ । ଲ୍ୟାଣ୍ଡଫଲ ସମୟରେ ଶ୍ରୀକାକୁଲମ ବିଜୟନଗରମ୍ ଏବଂ ଗଞ୍ଜାମ ଉପକୂଳରେ ସମୁଦ୍ର ଜୁଆରିଆ ରହିବ । ସମୁଦ୍ର ଢେଉ ଅଧମିଟର ପର୍ଯ୍ୟନ୍ତ ଉଠିବ । ଏହାର ପ୍ରଭାବରେ ଆନ୍ଧ୍ର ଏବଂ ଓଡିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

ଦକ୍ଷିଣ ଓଡିଶାର ୭ ଜିଲ୍ଲାରେ ଏହାର ପ୍ରଭାବ ଅଧିକ ପଡିବ। ସମ୍ଭାବିତ ବାତ୍ୟା ନେଇ ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଂଗପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳକୁ ସତର୍କ ସୂଚନା ଜାରି କରିଛି । ଗଞ୍ଜାମ ଏବଂ ଗଜପତି ପାଇଁ ପ୍ରବଳ ବର୍ଷା ନେଇ ସର୍ବାଧିକ ଆଲର୍ଟ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ପାରଦ୍ବୀପ, ଗୋପାଳପୁର, ଧାମରା ଆଦି ବନ୍ଦରରେ ୩ ନଂ. ବିପଦ ସଙ୍କେତ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି SRC। ପ୍ରଭାବିତ ଜିଲ୍ଲାରେ ଏନଡିଆରଏଫ , ଓଡ୍ରାଫ ଏବଂ ଫାୟାର ଟିମ୍ ମୁତୟନ ହୋଇଛନ୍ତି। ଓଡ୍ରାଫରେ ୪୨ ଓ ଏନ୍ ଡିଆର୍ ଏଫ୍ ରେ ୨୪ଟି ଦଳ ମୁତୟନ ହୋଇଛନ୍ତି। ଗଜପତିର ୧୫ଟି ଗାଁର ୫୮୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପୂର୍ବତନ ରେଳୱେ ୨୬ଏବଂ ୨୭ ତାରିଖ ଲାଗି ୨୮ଟି ଟ୍ରେନ୍ ବାତିଲ କରାଯାଇଛି । ୭ଟି ଜିଲାର ଜିଲାପାଳ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଏସଆରସିଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

Show More

Related Articles

Back to top button