ଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଆସନ୍ତା ଏପ୍ରିଲରୁ ଅର୍ଥନୈତିକ ସୁଧାର ଆସିବ

ଆସନ୍ତା ଆର୍ଥିକ ବର୍ଷରୁ ଦେଶର ଅର୍ଥନୀତି ସ୍ୱାଭାବିକ ହେବ ବୋଲି ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ଦୀନେଶ କୁମାର ଖରା କହିଛନ୍ତି

ଭାରତୀୟ ଅର୍ଥନୀତିରେ ସ୍ବାଭାବିକତା ଆସନ୍ତା ଆର୍ଥିକ ବର୍ଷରେ ଆସିବ। କରୋନା ମହାମାରୀ ଯୋଗୁଁ ଅର୍ଥନୀତିରେ ଦେଖାଦେଇଥିବା ନିମ୍ନମୁଖୀ ଧାରାରୁ ଭାରତୀୟ ଅର୍ଥନୀତି ଉପରକୁ ଉଠିବା ଆରମ୍ଭ ହୋଇଛି। ଆସନ୍ତା ଆର୍ଥିକ ବର୍ଷରୁ ଏହା ସ୍ବାଭାବିକ ହୋଇଯିବ ବୋଲି ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ଦୀନେଶ କୁମାର ଖରା ଶନିବାର କହିଛନ୍ତି।

ବେଙ୍ଗଲ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ବାର୍ଷିକ ସାଧାରଣ ବୈଠକକୁ ଭର୍ଚୁଆଲ ମାଧ୍ୟମରେ ଉଦବୋଧନ ଦେଇ ଖରା କହିଛନ୍ତି, ଆସନ୍ତା ଏପ୍ରିଲରୁ ଅର୍ଥନୀତିରେ ଯେଉଁ ସ୍ବାଭାବିକତା ଆସିବ ତାହା ଉଲ୍ଲେଖନୀୟ ରହିବ। ତେବେ କର୍ପୋରେଟ୍ ସଂସ୍ଥା ଗୁଡ଼ିକର ନିବେଶ ଚାହିଦା ତ୍ବରାନ୍ବିତ ହେବାକୁ କିଛି ସମୟ ଲାଗିବ ବୋଲି ସେ କହିଛନ୍ତି।

Show More

Related Articles

Back to top button