Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ ।  ବାହାଡ଼ାଝୋଲାସ୍ଥିତ ଦଧିବାମନଜୀଉ ଯୁକ୍ତତିନି ମହାବିଦ୍ୟାଳୟ ଅଧ୍ୟକ୍ଷ ନଳିନୀ ରଞ୍ଜନ ଭୁୟାଁ । ଉକ୍ତ ମହାବିଦ୍ୟାଳୟ କିରାଣିଙ୍କ ବକେୟା ଦରମା ୫ଲକ୍ଷ ଟଙ୍କା ରହିଥିଲା। ସେହି ଦରମା କରାଇ ଦେବା ପାଇଁ ଅଧ୍ୟକ୍ଷ ୧ଲକ୍ଷ ଟଙ୍କା ଦେବାକୁ କହିଥିଲେ। କିରାଣି ଜଣକ ଭିଜିଲାନ୍ସକୁ ଖବର ଦେଇଥିଲେ। ଯୋଜନା ମୁତାବକ ମଙ୍ଗଳବାର ଅଧ୍ୟକ୍ଷ ତାଙ୍କ ଘରେ ଟଙ୍କା ନେଉଥିବା ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଦଳ ତାଙ୍କୁ ଧରିଥିଲେ। ପରେ ତାଙ୍କ ବାହାଡ଼ଝୋଲାସ୍ଥିତ ଘର ଏବଂ ମହାବିଦ୍ୟାଳୟରେ ଚଢ଼ଉ କରାଯାଇ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଛି ।

Show More

Related Articles

Back to top button