Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତାକାଲିଠୁ ୪ ଜିଲ୍ଲାରେ ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା

ଆସନ୍ତାକାଲି ଠାରୁ ୪ ଜିଲ୍ଲାରେ ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା । ୪ ଜିଲ୍ଲା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବ । ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଏହି ୪ ଜିଲ୍ଲା ପାଇଁ କାଲିଠୁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ।

ଗରିବ ଜନସାଧାରଣଙ୍କ ସୁବିଧା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏହି ସେବା ଆରମ୍ଭ ହେବ । ଭୁବନେଶ୍ୱର ବିମାନବନ୍ଦରରୁ ଏହି ସେବା ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ସୋମବାର ପୂର୍ବାହ୍ନ ୧୦ରୁ ୧୧ଟା ଭିତରେ ଏହି ସେବାର ଶୁଭାରମ୍ଭ ହେବ । ଏହା ଦ୍ୱାରା ବହୁ ଗରିବ ଲୋକେ ଚିକିତ୍ସିତ ହୋଇପାରିବେ ଏବଂ ଏହାର ସୁବିଧା ପାଇପାରିବେ । ଏହା ଏକ ଐତିହାସିକ ନିଷ୍ପତ୍ତି ବୋଲି ଶ୍ରୀ ଦାସ କହିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଯାହା ଶେଆର୍ ଆମ୍ବୁଲାନ୍ସରେ ହୁଏ, ସେମିତି ଏୟାର ଆମ୍ବୁଲାନ୍ସ ପରିଚାଳିତ ହେବ । ଜିଲ୍ଲା ଗୁଡ଼ିକରୁ ଆବେଦନ ଆସିବା ପରେ ଏହାକୁ ଉଚିତ୍ ଭାବେ ମ୍ୟାନେଜ୍ କରାଯିବ । ଏହାଦ୍ୱାରା ବିଶେଷକରି ଗରିବ ଲୋକେ ବହୁତ ଉପକୃତ ହେବେ । ତେବେ ସବୁ କିଛି ଏୟାର ଆମ୍ବୁଲାନ୍ସ ନୀତି ନିୟମ ଅନୁଯାୟୀ ଏହା କାର୍ଯ୍ୟକାରୀ ହେବ ବେଲି ସେ କହିଛନ୍ତି ।

Show More

Related Articles

Back to top button