Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଆରମ୍ଭ ହେଲା ଲକ୍ଷ୍ନୀ ବସ୍ ସେବା

ରାଜ୍ୟରେ ଯାତ୍ରୀ ପରିବହନ ସେବା ଆହୁରି ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହତ୍ତ୍ଵାକାଂକ୍ଷୀ ଲକ୍ଷ୍ମୀ ବସ୍ ଯୋଜନା ଆଜିଠୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମାଲକାନଗିରିରୁ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ଐତିହାସିକ ଯୋଜନାରେ ଅନେକ ଗାଁ ଓ ପଞ୍ଚାୟତକୁ ଜିଲ୍ଲା ସଦର ମହକୁମାରୁ ଉନ୍ନତମାନର ବସ୍ ସେବା ମିଳିପାରିବ। ଯେଉଁ ଗ୍ରାମଗୁଡିକୁ ବ୍ଲକ ସଦରରୁ ବସ୍ ସେବା ନଥିଲା, ସେହି ଗ୍ରାମଗୁଡିକୁ ଲୋକେ ଆରାମରେ ଯାତାୟତ କରିପାରିବେ ।

ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ୧୯୨ କୋଟି ଟଙ୍କା ବ୍ୟୟରେ ୧୮ଟି ଜନ କଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

Show More

Related Articles

Back to top button