ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ
ମିଳିତ ପରେଡର ଅଭିବାଦନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିତ ପରେଡର ଅଭିବାଦନ ଗ୍ରହଣ କରିବା ସାଙ୍ଗକୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଓଡ଼ିଶାର ବିକାଶରେ ସମସ୍ତେ ସାମିଲ ହୋଇଛନ୍ତି । ଅର୍ଥନୀତିରେ ରାଜ୍ୟ ସମୃଦ୍ଧ ହୋଇଛି । ଲକ୍ଷ ଲକ୍ଷ କୋଟି ପୁଞ୍ଜି ଆସୁଛି । ସମସ୍ତ ପଞ୍ଚାୟତରେ ବ୍ୟାଙ୍କିଂ ସୁବିଧା ଆରମ୍ଭ ହୋଇଛି । ବିଏସ୍କେୱାଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବଡ଼ ସହାୟକ ହୋଇଛି । ମଧୁବାବୁ ପେନ୍ସନ ଯୋଜନାରେ ଆଉ ୪ ଲକ୍ଷ ସାମିଲ ହେବ । ଆଜି ଠାରୁ ନୂଆ ହିତାଧିକାରୀ ଯୋଜନାର ସୁଫଳ ପାଇବେ ।
ଏସଏଚ୍ଜି ମହିଳା ଓ ଚାଷୀଙ୍କ ପାଇଁ ସରକାର ସଂକଳ୍ପବଦ୍ଧ । ଗରିବ, ଚାଷୀ, ମହିଳା, ଜନଜାତିକୁ ନେଇ ଆଗକୁ ବଢ଼ିବା । ଭାରତର ସ୍ୱାଧୀନତା ସଂଗ୍ରାମ ବିଶ୍ୱରେ ନୂଆ ଯୁଗ ଆରମ୍ଭ କରିଥିଲା । ଏ ସଂଗ୍ରାମ ସମସ୍ତଙ୍କ ପାଇଁ ପ୍ରେରଣା ଆଣି ଦେଇଥିଲା । ଆଜି ଭାରତ ବିଶ୍ୱରେ ନିଜକୁ ପ୍ରମୁଖ ଶକ୍ତି ଭାବେ ପ୍ରତିଷ୍ଠା କରିପାରିଛି । ବିଭିନ୍ନ କ୍ଷେତ୍ରରେ ଆମର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ଚନ୍ଦ୍ରଯାନ-୩ ମହାକାଶ ବିଜ୍ଞାନ କ୍ଷେତ୍ରରେ ଗୌରବ ବଢ଼ାଇଛି ।