Breaking PLUSଓଡ଼ିଶାମୁଖ୍ୟ ଖବର

ଯାଜପୁରରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ

ଭୁବନେଶ୍ୱର, 8 ଫେବୃୟାରୀ – ଯାଜପୁର ଠାରେ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯାଇଛି ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟରେ ଆଜି 18 ଲକ୍ଷ 1 ହାଜର 193 ଜଣ ମହିଳାଙ୍କ ପାଖକୁ ଗଲା ଟଙ୍କା । ଆଜି ମହିଳାଙ୍କୁ 9 ଶହ କୋଟି 59 ଲକ୍ଷ 65 ହାଜର ଟଙ୍କା ବାଣ୍ଟିଲେ ରାଜ୍ୟ ସରକାର । ଯାଜପୁର ସଭା ମଞ୍ଚରୁ ରିମୋଟ ଚିପି ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସୁଦ୍ଧା 4ଟି ପର୍ଯ୍ୟାୟରେ 98 ଲକ୍ଷ 30 ହଜାର 934 ଜଣ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଲେଣି ରାଜ୍ୟ ସରକାର । ଏହି ଅବସରରେ ସୁଭଦ୍ରା ସହାୟତାକୁ ଛୋଟ ଛୋଟ ବ୍ୟବସାୟରେ ଲଗାଇ ପରିବାରକୁ ସହଯୋଗ କରନ୍ତୁ ବୋଲି ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ସରକାର ଆପଣଙ୍କ ସହ ଅଛନ୍ତି ବୋଲି ବୋଲି ମହିଳାଙ୍କୁ କହିଛନ୍ତି ସିଏମ । ଆଗକୁ ବ୍ୟବସାୟର କୌଶଳ ମଧ୍ୟ ସରକାର ଶିଖାଇଦେବେ ବୋଲି କହିଲେ ମୋହନ । ମହିଳାଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାର ଆଇଆଇଏମ ସମ୍ବଲପୁର ସହ ଏମଓୟୁ ସ୍ବାକ୍ଷର କରିଛନ୍ତି ।

ଯାଜପୁର ଶିଳ୍ପ ଓ ଖଣି ଖାଦାନ କ୍ଷେତ୍ରରେ ବଡ଼ ସମଗ୍ର ଦେଶରେ ସ୍ଵତନ୍ତ୍ର ସୃଷ୍ଟି କରିଛି । ଯାଜପୁର ଜିଲ୍ଲାରେ ଆଗକୁ 1 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜେପି ସରକାର କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । କିନ୍ତୁ ପୂର୍ବ ସରକାର କେବେ ବି କାମ କରିନାହାନ୍ତି, କେବଳ ଭାଷଣ ସର୍ବସ୍ୱ ଥିଲେ । କାଳିଆରେ 5 ହାଜର ଟଙ୍କା ଦେବେ କହିଥିଲେ ଦେଲେ ନାହିଁ । ମହିଳା ସଶକ୍ତିକରଣ ନାଁରେ କେବଳ ଋଣ ଆକାରରେ ଦେଇଛନ୍ତି । ତା ଉପରେ ମଧ୍ୟ 11 ପ୍ରତିଶତ ସୁଧ ଦେବାକୁ ପଡ଼େ। କେନ୍ଦ୍ର ସରକାର 7 ଟଙ୍କା ଓ ରାଜ୍ୟ ସରକାର 4 ଟଙ୍କା ଦିଅନ୍ତି । କେବଳ ମିଛ କହି ଭୁଆଁ ବୁଲାଇବା କାମ ବିଜେଡ଼ି ସରକାରର ଥିଲା । ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଦେଖା ଦେଉନଥିଲେ । ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ କେବେ ଆସୁନଥିଲେ । 16 ବର୍ଷ ଧରି ଆସୁନଥିଲେ । ତୃତୀୟ ମହଲାର ଅଧିକାରୀ ମାନେ ସେଠାରେ ରହୁଥିଲେ । କିନ୍ତୁ ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଦରଖାସ୍ତ ଗ୍ରହଣ କରି ଅଭିଯୋଗ ଶୁଣୁଛନ୍ତି । ଆଗରୁ ଚାଷୀ ଦଲାଲ ଦ୍ଵାରା ଶୋଷଣର ଶିକାର ହେଉଥିଲା । କିନ୍ତୁ ବିଜେପି ସରକାରରେ ଚାଷୀ ମାନେ ଧାନ କୁଇଣ୍ଟାଲ ପିଛା 3100 ଟଙ୍କା ପାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Show More

Related Articles

Back to top button