ଭାରତ-ପାକିସ୍ତାନ ବିବାଦକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, 9 ମେ- ଭାରତ-ପାକିସ୍ତାନ ବିବାଦ ମଧ୍ୟରେ ରାଜ୍ୟବାସୀଙ୍କୁ ଭୟଭୀତ ନହେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆତଙ୍କବାଦୀ ନିପାତ ପାଇଁ ଭାରତ ସଂକଳ୍ପ ନେଇଛି । ଯୋଜନାବଦ୍ଧ ଆକ୍ରମଣ କରି ଆତଙ୍କବାଦୀଙ୍କୁ ନିପାତ କରାଯାଉଛି । ପ୍ରଧାନମନ୍ତ୍ରୀ ସାରା ବିଶ୍ୱର ନେତୃତ୍ୱ ନେଉଛନ୍ତି । ଓଡିଶା କ୍ଷେତ୍ରରେ ଆମ ରାଜ୍ୟରେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଚାନ୍ଦିପୁର, ପୁରୀ ଭଳି ସ୍ଥାନ ଗୁଡ଼ିକରେ ବଙ୍ଗୋପସାଗର ପଟୁ ଆକ୍ରମଣର ଆଶଙ୍କା ରହିଛି । କେନ୍ଦ୍ର ସରକାର ଏଥିପାଇଁ ପ୍ରସ୍ତୁତ ଅଛନ୍ତି । ରାଜ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକର ସୁରକ୍ଷାକୁ ନେଇ ପୂର୍ବରୁ ରାଜ୍ୟ ସରକାର ଆଲୋଚନା କରିଥିଲେ ଆଜି ବି ଆଉଥରେ ଆଲୋଚନା ହେବ। କିଭଳି ଭାବେ ସବୁ ଅଞ୍ଚଳକୁ ସିଲ କରାଯିବ ଓ ଯାଞ୍ଚ କଡାକଡି କରାଯିବ,ଯେଉଁମାନେ ବାହାରେ ଅଛନ୍ତି ତାଙ୍କୁ ଓଡିଶା ଆଣିବା ପାଇଁ ବନ୍ଦୋବସ୍ତ କରାଯାଉଛି । ନୂଆଦିଲ୍ଲୀରେ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ହେଲ୍ପ ଡେ଼କ୍ସ ଖୋଲା ଯାଇଛି । ଜମ୍ମୁରେ ପଢ଼ୁଥିବା ଓଡ଼ିଆ ଛାତ୍ର ଛାତ୍ରୀଙ୍କୁ ଦିଲ୍ଲୀ ଅଣା ଯାଉଛି । ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବା ସହ ଆମେ ଲଗାତାର ଭାବେ ସମୀକ୍ଷା କରୁଛୁ । ଲମ୍ବା ଯୁଦ୍ଧ ହେବ ଭାରତ ବିଜୟୀ ହେବ। ଭୟଭୀତ ହେବାର କୌଣସି ପ୍ରଶ୍ନ ନାହିଁ । ରାଜ୍ୟରେ ଯେଉଁ ସାଧାରଣ ବ୍ୟବସ୍ଥା ରହିଛି ତାହା କାର୍ଯ୍ୟ କାରୀ ରହିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।