ଓଡ଼ିଶା

ଏହି ୬ଟି ଶାରୀରିକ ସମସ୍ୟାକୁ ବିନାଶ କରିଥାଏ ଲବଙ୍ଗ

ବିଭିନ୍ନ ବ୍ୟଞ୍ଜନକୁ ସ୍ୱାଦଯୁକ୍ତ କରିବା ପାଇଁ ଲବଙ୍ଗ ବ୍ୟବହାର କରାଯାଏ । ଖାଦ୍ୟରେ ବ୍ୟବହାର ହେଉଥିବା ଏହି ଲବଙ୍ଗ ରେ ଭରପୁର ମାତ୍ରାରେ ଔଷଧୀୟ ଗୁଣ ରହିଛି । ୧୮୦୦ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଲବଙ୍ଗ ର ଉତ୍ପାଦନ ଆରମ୍ଭ କରିଥିଲାବେଳେ ପରବର୍ତ୍ତୀ ସମୟରେ ସାରା ବିଶ୍ୱରେ ଏହାର ଚାହିଦା ବଢିଥିଲା । ଲବଙ୍ଗ ଆଣ୍ଟିସେପ୍ଟିକ ଗୁଣ ରହିଛି , ଯାହା ଶରୀର ସମ୍ଭନ୍ଧୀୟ ଅନେକ ସମସ୍ୟାକୁ ମୂଳରୁ ବିନାଶ କରିଥାଏ । ବିଶେଷ କରି ଆୟୁର୍ବେଦରେ ଲବଙ୍ଗ ର ବ୍ୟବହାର ବହୁଳ ମାତ୍ରାରେ କରାଯାଏ ।

  • ଦାନ୍ତ ସମସ୍ୟା– ଆପଣ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଅନେକ ଗୁଡିଏ ଟୁଥ ପେଷ୍ଟ ରେ ଲବଙ୍ଗ ର ପ୍ରୟୋଗ ହୋଇଥାଏ l କାରଣ ଓରାଲ ମାଇକ୍ରୋ ଅର୍ଗାନିଜିମ କୁ ୭୦ ପ୍ରତିଶତ କମ କରିଥାଏ ଲବଙ୍ଗ l ସେହିପରି ଲବଙ୍ଗ ତେଲ, ତୁଳସୀ ରସ ସାହାଯ୍ୟରେ ମଧ୍ୟ ଓରାଲ ସମସ୍ୟା ଦୂର ହୋଇପାରିବ l ଦାନ୍ତ ମର୍ଡର ଯନ୍ତ୍ରଣା ଓ ଦାନ୍ତ ମାଢ଼ିରୁ ରକ୍ତସ୍ରାବ କୁ ମଧ୍ୟ ଲବଙ୍ଗ ତେଲ ଦୂର କରିଥାଏ l
  • ଥଣ୍ଡା ଓ କାଶ-ଲବଙ୍ଗ ରେ ଆଣ୍ଟି ଇମ୍ଫ୍ଲାମେଟାରି ଗୁଣ ରହିଥାଏ l ଯାହାକି ସର୍ଦି କାଶ ଠାରୁ ଦୂରେଇ ରଖିଥାଏ l ଲବଙ୍ଗ କଫ କୁ ଛାତିରୁ କାଢି ଦେଇଥାଏ ଓ କାଶ କମାଇବାରେ ସାହାଯ୍ୟ କରିଥାଏ l
  • ମଧୁମେହ -ଲବଙ୍ଗ ମଧୁମେହ କୁ କିଛି ମାତ୍ରାରେ ନିୟନ୍ତ୍ରିତ କରିଥାଏ l ଲବଙ୍ଗ ବ୍ଲଡ଼ ଗ୍ଲୁକୋଜ କୁ କମ କରି ମଧୁମେହ କୁ ନିୟନ୍ତ୍ରିତ କରିଥାଏ l ଅନ୍ୟ ଗୋଟିଏ ଅଧ୍ୟାୟନ ଅନୁସାରେ ଲବଙ୍ଗ ରେ ଆଣ୍ଟି ହାଇପରଗ୍ଲlଇସେମିକ ଗୁଣ ରହିଥିବା କାରଣରୁ ଏହା ଲିପିଡ଼ ରେ ସୁଧାର ଆଣିଥାଏ ଓ ଲିଭର କୁ ସୁସ୍ଥ ରଖିଥାଏ l ଏହାଛଡା କିଡ୍ନୀ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଠିକ କରିଥାଏ l
  • ସଂକ୍ରମଣ ଠାରୁ ଦୂରେଇ ରଖିଥାଏ
    ଲବଙ୍ଗ ରେ ଥିବା ୟୁଜନାଲ ନାମକ କମ୍ପାଉଣ୍ଡ ଶରୀରରେ ଆଣ୍ଟିଇମ୍ଫ୍ଲାମେଟାରି ଏଜେଣ୍ଟ ଭଳି କାର୍ଯ୍ୟ କରିଥାଏ l ଏହି କମ୍ପାଉଣ୍ଡ ତ୍ୱଚାକୁ ସୁନ୍ଦର କରିବା ସହିତ ସଂକ୍ରମଣ ଠାରୁ ଦୂରେଇ ରଖିଥାଏ l
  • ପାଚନ ସମ୍ବନ୍ଧୀୟ ସମସ୍ୟା ଠିକ କରିଥାଏ ଲବଙ୍ଗ –
    ଲବଙ୍ଗ ଶରୀରର ଏଞ୍ଜାଇମ କୁ ଉତେଜିତ କରିଥାଏ ଓ ପାଚନ ତନ୍ତ୍ର କୁ ବୁଷ୍ଟ କରିବାର କାର୍ଯ୍ୟ କରିଥାଏ l ଏହାକୁ ସେବନ କରିବା ଦ୍ୱାରା ଅନ୍ତ ରେ ହେଉଥିବା ଜ୍ବଳନ ସ୍ତର କମ ହୋଇଥାଏ ଓ ପେତ୍ର ବିଭିନ୍ନ ସମସ୍ୟା ଠିକ ହୋଇଥାଏ l ଲବଙ୍ଗ ପାଚନ ସମ୍ବନ୍ଧୀୟ ସମସ୍ୟା ଗ୍ୟାସ, ଏସିଡ଼ିଟି, ଡାଇରିଆ, ପେଟ ଫୁଲିବା ଇତ୍ୟାଦିକୁ ଠିକ କରିଥାଏ l
  • ଲବଙ୍ଗ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ –
    ନିୟମିତ ସକାଳୁ ଲବଙ୍ଗ ଗୁଣ୍ଡ କୁ ଖାଇ ପାଣି ପିଇବା ଦ୍ୱାରା ଓଜନ ନିୟନ୍ତ୍ରିତ ହୋଇଥାଏ l ଲବଙ୍ଗ ଆମ ଶରୀରରେ ମେଟାବୋଲିଯିମ ସ୍ତରକୁ ବଢାଇବାରେ ସାହାଯ୍ୟ କରିଥାଏ l
  •  ଷ୍ଟ୍ରେସ ଦୂର କରିଥାଏ ଲବଙ୍ଗ –
    ଲବଙ୍ଗ ରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ, ଯାହା ମାନସିକ ଚାପ କୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ l ଗବେଷଣା କହୁଛି ଲବଙ୍ଗ ରେ ଥିବା ଆଣ୍ଟି ଷ୍ଟ୍ରେସ ଆକ୍ଟିଭିଟି ମାନସିକ ଚାପ ଦୂର କରିଥାଏ l
Show More

Related Articles

Back to top button