ଓଡ଼ିଶା

ବନ୍ଦ ହେଲା ହୀରକୁଦ ଜଳଭଣ୍ଡାରର ୨ଟି ଗେଟ୍

୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ବନ୍ଦ ହେଲା ହୀରକୁଦ ଜଳଭଣ୍ଡାରର ୨ଟି ସ୍ଲୁଇସ୍ ଗେଟ୍ । ବର୍ତ୍ତମାନ ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ତେବେ ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୦୫.୫୪କୁ ଖସିଗଲାଣି ।ସମ୍ବଲପୁରରେ ବର୍ଷା ଲାଗି ରହିଥିବାବେଳେ ଉପରମୁଣ୍ଡରରେ ବର୍ଷା କମିଛି ।

ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୭୯୯ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ୨ ଲକ୍ଷ କ୍ୟୁସେକ୍ ଜଳ ଛଡାଯାଉଛି । ତେବେ ମୁଣ୍ଡଳୀ ଓ ଖଇରମାଲରେ ଜଳସ୍ତର ବୃଦ୍ଧି ପାଉଛି ।

Show More

Related Articles

Back to top button