ଓଡ଼ିଶାଦେଶମୁଖ୍ୟ ଖବରଶିକ୍ଷା

ସେପ୍ଟେମ୍ବର ୧୦ରୁ ୨୭ ପର୍ଯ୍ୟନ୍ତ ଇ-ଆଡ୍‌ମିଶନ କରିପାରିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ଏକ ସୁଯୋଗ ଆସିଛି । ଉଚ୍ଚ ଶିକ୍ଷା ପାଇଁ ସେପ୍ଟେମ୍ବର ୧୦ରୁ ୨୭ ପର୍ଯ୍ୟନ୍ତ ଇ-ଆଡ୍‌ମିଶନ ପ୍ରକ୍ରିୟାରେ ଭାଗ ନେଇପାରିବେ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରେସ୍ ବିବୃତ୍ତିରେ କୁହାଯାଇଛି। ସୂଚନା ଅନୁସାରେ, ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କିଛି ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ଇ-ଆଡମିଶନରେ ଭାଗ ନେଇପାରି ନ ଥିବା ଛାତ୍ରଛାତ୍ରୀଙ୍କ ଉପରେ ସରକାରଙ୍କ ଦୃଷ୍ଟି ପଡିଲା। ତେଣୁ ରାଜ୍ୟ ସରକାର ଏହି ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ନିମନ୍ତେ ସୁଯୋଗ ଦେବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଇ-ଆଡମିଶନ ପ୍ରକ୍ରିୟାରେ ନାମ ଲେଖାଇବା ପାଇଁ ଅନ୍ୟ ଏକ ସୁଯୋଗ ପ୍ରଦାନ କରିଛନ୍ତି। ସମ୍ପୃକ୍ତ ଛାତ୍ରଛାତ୍ରୀ ଚଳିତ ସେପ୍ଟେମ୍ୱର ୧୦ରୁ ୨୭ ତାରିଖ ମଧ୍ୟରେ ପୁନର୍ବାର ଆବେଦନ କରିବେ। ଏନେଇ ଇଚ୍ଛୁକ ଛାତ୍ରଛାତ୍ରୀ ଓ ଅଭିଭାବକମାନେ www.samsodisha.in କୁ ଯାଇ ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ଜାଣିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

Show More

Related Articles

Back to top button