ଦେଶ ବିଦେଶମୁଖ୍ୟ ଖବରରାଜନୀତି

ବିହାର ଉପନିର୍ବାଚନରେ ବିଜେପିକୁ ସମର୍ଥନ କରିବେ ଚିରାଗ ପାସୱାନ

ପାଟନା: ପାଖେଇ ଆସୁଛି ବିହାର ଉପ-ନିର୍ବାଚନ। ଏଠାରେ ଦୁଇଟି ସିଟ୍‌ରେ ହେବାକୁ ଯାଉଛି ଉପନିର୍ବାଚନ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ନିଜ ନିଜ ଶକ୍ତି ଦେଖାଇବାରେ ଲାଗିପଡିଛନ୍ତି। ଏହାରି ଭିତରେ ବିଜେପିକୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି ଲୋକ ଜନଶକ୍ତି ଦଳର ମୁଖ୍ୟ ଚିରାଗ ପାସୱାନ। ଦୁଇଟି ଯାକ ଆସନରେ ସେ ବିଜେପିକୁ ସମର୍ଥନ ଦେବାକୁ ଘୋଷଣା କହିଛନ୍ତି। ସେ କହିଛନ୍ତି ଯେ ବିଜେପି ନେତାଙ୍କ ସହ ଦୀର୍ଘ ଦିନର ବାର୍ତ୍ତାଳାପ ପରେ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ ଏବଂ ଏହି ସମୟରେ ଅନ୍ୟାନ୍ୟ ବିଷୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ଆଲୋଚନା ଆଗାମୀ ସମୟରେ ମଧ୍ୟ ଜାରି ରହିବ। ଛଠ୍ ପର୍ବ ଏବଂ ନିର୍ବାଚନ ସରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହାଙ୍କ ସହ ଏକ ବୈଠକ ହେବ। କିନ୍ତୁ ବର୍ତ୍ତମାନ ନିର୍ବାଚନରେ ବିଜେପି ପ୍ରାର୍ଥୀ ଜିତିବା ପାଇଁ ଦଳ ଯଥାସମ୍ଭବ ଚେଷ୍ଟା କରିବ ବୋଲି ନିଷ୍ପତ୍ତି ନିଆଯାଇଛି। କେବଳ ସେତିକି ନୁହେଁ ବିହାରର ଗୋପାଳଗଞ୍ଜ ଓ ମୋକାମା ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ବଜେପି ଲାଗି ପ୍ରଚାର ପ୍ରସାର ମଧ୍ୟ କରିବେ ବୋଲି ଚିରାଗ କହିଛନ୍ତି। ସୂଚନାଯୋଗ୍ୟ ଯେ, ଦୁଇ ମାସ ପୂର୍ବେ ରାଜ୍ୟରେ ମହାଗଠବନ୍ଧନ ସରକାର ଗଠନ ପରେ ଏହା ହେଉଛି ପ୍ରଥମ ଉପ-ନିର୍ବାଚନ। ଆରଜେଡି ଏବଂ ବିଜେପି ବ୍ୟତୀତ ବାହୁଜନ ସମାଜ ପାର୍ଟି ମଧ୍ୟ ଲଢ଼େଇ ମଇଦାନରେ ଅଛନ୍ତି। ସେ ଗୋପଳଗଞ୍ଜ ଆସନରୁ ଇନ୍ଦିରା ଯାଦବଙ୍କୁ ଟିକେଟ ଦେଇଛନ୍ତି। ଇନ୍ଦିରା ଯାଦବ ହେଉଛନ୍ତି ଲାଲୁ ପ୍ରସାଦଙ୍କ ଶଳା ଅନିରୁଦ୍ଧ ଯାଦବ ଓରଫ ସାଧୁ ଯାଦବଙ୍କ ପତ୍ନୀ।

Show More

Related Articles

Back to top button