Breaking PLUSଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ଆଉ ଏକ ଜୀବନ ନେଇଗଲା ଚାଇନିଜ୍ ମାଞ୍ଜା

ନୂଆଦିଲ୍ଲୀ : ପୁଣି ଏକ ଜୀବନ ନେଇଗଲା ଚାଇନିଜ୍ ମାଞ୍ଜା । ଦିଲ୍ଲୀ ସମେତ ସମଗ୍ର ଦେଶରେ ଚୀନ୍ ମାଞ୍ଜା ଆତଙ୍କ ଜାରି ରହିଛି । ମାଞ୍ଜା ସୂତାରେ କଟି ରାଜଧାନୀରେ ଜଣେ ଯୁବ ବ୍ୟବସାୟୀଙ୍କର ଜୀବନ ଚାଲିଗଲା ପରେ ଉତ୍ତେଜନା ସୃଷ୍ଟି ହୋଇଛି । ରବିବାର ଦିନ ମାନସରୋବର ପାର୍କ ଅଞ୍ଚଳରେ ସଂପୃକ୍ତ ବ୍ୟବସାୟୀ ଜଣକୁ ସ୍କୁଟି ଚଳାଇ ଯାଉଥିବା ବେଳେ ମାଞ୍ଜା ସୂତାରେ କଟିଯାଇ ପ୍ରାଣ ହରାଇଛନ୍ତି। ମୃତକଙ୍କ ନା ଅଭିଷେକ ବୋଲି ଜଣାପଡ଼ିଛି । ପୋଲିସର ଅବହେଳା କାରଣରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ରବିବାର ଅପରାହ୍ନରେ ଅଭିଷେକ ଘର କାମରେ ଶାଲିମାର ଗାର୍ଡେନକୁ ଯାଉଥିଲେ । କିଛି ଦୂରରେ ଯିବା ପରେ ନାଥୁ କଲୋନୀ ଫ୍ଲାଏ ଓଭର ନିକଟରେ ଚାଇନିଜ୍‌ ମାଞ୍ଜାସୂତାରେ ତାଙ୍କ ବେକ କଟି ଯାଇଥିଲା । ହଠାତ୍‌ ଅଭିଷେକ୍‌ କିଛି ଜାଣି ପାରିନଥିଲେ । ବେକରେ କ’ଣ ଲାଗିଲା ଭାବି ସେ ହାତରେ ମାଞ୍ଜାସୂତା ହଟାଇବାକୁ ଚେ ଚେଷ୍ଟା କରିଥିଲେ, ସେତେବେଳେ ତାଙ୍କ ଆଙ୍ଗୁଠି ମଧ୍ୟ କଟିଗଲା । ଫଳରେ ସେ ଗୁରୁତର ଆହତ ହୋଇ ରାସ୍ତାରେ ପଡିଯାଇଥିଲେ । ସେହି ରାସ୍ତା ଦେଇ ଯାଉଥିବା ଲୋକେ ତୁରନ୍ତ ପୋଲିସକୁ ସୂଚନା ଦେବା ସହ ଆହତ ଅଭିଷେକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଅଭିଷେକ ପରିବାର ସହିତ ଜ୍ୟୋତି କଲୋନୀ ଅଞ୍ଚଳରେ ରହୁଥିଲେ । ତାଙ୍କ ପରିବାରରେ ବାପା ମା’, ତିନି ଭାଇ ଏବଂ ଭଉଣୀ ଅଛନ୍ତି । ଏବେ ଭେଣ୍ଡିଆ ପୁଅର ମୃତ୍ୟୁ ପରେ ଘରେ ଶୋକରଛାୟା ପଡ଼ିଯାଇଛି । ପୋଲିସ୍‌ ସୂଚନା ଅନୁସାରେ ଚୀନୀ ମାଞ୍ଜା ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କ୍ରମାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତଥାପି ଦିଲ୍ଲୀର ଅନେକ ଅଞ୍ଚଳରେ ଖୋଲାଖୋଲି ଭାବେ ଚୀନୀ ମାଞ୍ଜା ବିକ୍ରି ହେଉଛି ବୋଲି ଖବର ରହିଛି । ଏବେ ସୁଦ୍ଧା ଅନେକ ଦୋକାନୀଙ୍କୁ ପୋଲିସ ଗିରଫ କରିଛି ।

Show More

Related Articles

Back to top button