Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ବେଲ୍ଟ ଆଣ୍ଡ ରୋଡ୍ ମ୍ୟାପ ଫୋରମ ବୈଠକରେ ଜିନପିଙ୍ଗ କହିଲେ ବିବାଦର ପ୍ରଶ୍ନ ଉଠୁନି

ବେଜିଂ- ଚୀନର ରାଜଧାନୀ ବେଜିଂରେ ବେଲ୍ଟ ଆଣ୍ଡ ରୋଡ୍ ଫୋରମ୍ ବୈଠକରେ ବସିଛି । ଏହି ବୈଠକରେ 130 ଦେଶର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ଚାଲିଛି । ଏହି ସଭାରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ମଧ୍ୟ ସାମିଲ ହୋଇଛନ୍ତି । ଏହି ଫୋମରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି ଯେ, ବ୍ଳକ ବିବାଦକୁ ନେଇ ପ୍ରଚାର ହେଉଥିବା କଥା ମନଗଢା ।
ମିଡିଆ ରିପୋର୍ଟସ ମୁତାବକ, ଏହି ଅବସରରେ ସି ଜିନପିଙ୍ଗ ଅର୍ଥନୈତିକ ବାଧ୍ୟବାଧକତା ଓ ବ୍ଳକ ବିବାଦ ପ୍ରସଙ୍ଗକୁ ଖଣ୍ଡନ କରିଥିଲେ । ବୁଧବାର ଦିନ ଜିନପିଙ୍ଗ ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଜିନପିଙ୍ଗ ଚୀନ-ଋଷ ମଧ୍ୟରେ ଥିବା ଗଭୀର ବିଶ୍ୱାସକୁ ପ୍ରଶଂସା କରିଥିଲେ ।

Show More

Related Articles

Back to top button