Breaking PLUSଦେଶମୁଖ୍ୟ ଖବର

ଆଜି ହେଉଛି ଶିଶୁ ଦିବସ । ମନେ ପଡନ୍ତି ଚାଚା ନେହେରୁ…

ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆଜି ହେଉଛି ୧୩୨ତମ ଜନ୍ମ ବାର୍ଷିକୀ । ଦେଶର ସ୍ୱାଧୀନତା ପରେ,୧୫ ଅଗଷ୍ଟ ୧୯୪୭ରେ, ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ । ଭାରତରେ ୧୯୬୪ ପୂର୍ବରୁ ଅର୍ଥାତ ନେହେରୁଙ୍କ ମୃତ୍ୟୁ ପୂର୍ବରୁ ୨୦ ନଭେମ୍ବରରେ ଶିଶୁ ଦିବସ ପାଳନ କରାଯାଇଥିଲା, କିନ୍ତୁ ତାଙ୍କ ମୃତ୍ୟୁ ପରେ ତାଙ୍କ ଜନ୍ମଦିନ ଅର୍ଥାତ୍ ୧୪ ନଭେମ୍ବରକୁ ଶିଶୁ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା ।

ପଣ୍ଡିତ ନେହେରୁ ୧୪ ନଭେମ୍ବର ୧୮୮୯ ରେ ଉତ୍ତରପ୍ରଦେଶର ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ । ପଣ୍ଡିତ ନେହେରୁ ପିଲାମାନଙ୍କୁ ଅଧିକ ଭଲ ପାଉଥିଲେ । ପିଲାମାନେ ତାଙ୍କୁ ଚାଚା ନେହେରୁ ବୋଲି ଡାକୁଥିଲେ । ସେଥିପାଇଁ ପଣ୍ଡିତ ନେହେରୁଙ୍କ ଜନ୍ମ ବାର୍ଷିକୀକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି । ୧୯୪୭ ମସିହାରେ ଦେଶର ସ୍ୱାଧୀନତା ପରେ ପଣ୍ଡିତ ନେହେରୁ ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ । ୧୯୬୪ ମସିହାରେ ସେ ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କର ପରଲୋକ ହୋଇଥିଲା ।

 

Show More

Related Articles

Back to top button