ଆଇନ କାନୁନଓଡ଼ିଶାସ୍ୱତନ୍ତ୍ର

ଖୁବଶୀଘ୍ର ବାଲ୍ୟ ବିବାହ ମୁକ୍ତ ହେବ ଓଡିଶା,ଏନେଇ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ପ୍ରସ୍ତୁତ

ଖୁବଶୀଘ୍ର ବାଲ୍ୟ ବିବାହ ମୁକ୍ତ ହେବ ଓଡିଶା । ଏନେଇ ମାର୍ଗଦର୍ଶିକା ପ୍ରସ୍ତୁତ କଲେ ରାଜ୍ୟ ସରକାର । ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ମ୍ୟୁନିସିପାଲିଟି ଅଞ୍ଚଳରେ ଏହାକୁ ଖୁବଶୀଘ୍ର ଲାଗୁ କରାଯିବା ସହ ସହରାଞ୍ଚଳର ବିଭିନ୍ନ ୱାର୍ଡ ଓ ଗାଁକୁ ଏଥିରେ ସାମିଲ କରାଯିବ ।

୨୦୩୦ ସୁଦ୍ଧା ଓଡ଼ିଶାକୁ ବାଲ୍ୟ ବିବାହ ମୁକ୍ତ କରାଯିବା ନେଇ ସରକାର ଲକ୍ଷ୍ୟ  ରଖିଥିବାବେଳେ ଏନେଇ ସରକାର ରଣନୀତି ପ୍ରସ୍ତୁତ କରିସାରିଥିବା ବେଳେ ସମସ୍ତ ମ୍ୟୁନିସିପାଲିଟି ଅନ୍ତର୍ଗତ ବିଭିନ୍ନ ୱାର୍ଡ ଓ ଗାଁକୁ ଏଥିରେ ସାମିଲ କରାଯିବ । ତେବେ ଏଥିପାଇଁ ସମ୍ପୃକ୍ତ ୱାର୍ଡ ବା ଗାଁରେ ଗତ ୨ ବର୍ଷ ହେଲା ବାଲ୍ୟ ବିବାହ ହୋଇ ନଥିବା ଆବଶ୍ୟକ । ୱାର୍ଡ ବା ଗାଁ ସ୍ତରରେ ବାଲ୍ୟ ବିବାହ କମିଟି ଗଠନ କରାଯାଇ ନିୟମିତ ଭାବେ ବୈଠକ ବସୁଥିବା ଦରକାର ।

ରାଜ୍ୟକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଏକ ଗାଇଡଲାଇନ୍ ପ୍ରସ୍ତତ କରିଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଶିଶୁ ସୁରକ୍ଷା କମିଟି ସଦସ୍ୟଙ୍କ ଦ୍ୱାରା ଉକ୍ତ ଗାଁ ଓ ୱାର୍ଡରେ ବାଲ୍ୟ ବିବାହ ସମ୍ପର୍କିତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ହେଉଥିବା ଆବଶ୍ୟକ । ଜିଲ୍ଲା ସ୍ତରରେ ବିଭାଗ ଦ୍ୱାରା କରାଯାଇଥିବା ଏହି ଗାଇଡଲାଇନକୁ ପରିବର୍ତ୍ତନ କରାଯାଇ ପାରିବ । ସେଥିପାଇଁ ମୌଳିକ ନୀତିକୁ ଅପରିବର୍ତ୍ତିତ ରଖାଯିବ ।

Show More

Related Articles

Back to top button