Breaking PLUSଓଡ଼ିଶାମୁଖ୍ୟ ଖବର
ଶୂନ୍ୟକାଳରେ ଉଠିଲା ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ

ଭୁବନେଶ୍ୱର- ବିଧାନସଭା ଶୂନ୍ୟକାଳରେ ଉଠିଲା ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ। ଗଞ୍ଜାମ ଜିଲା ଚିକିଟିରେ ବିଷାକ୍ତ ମଦ ଖାଇ ଆଜି ଆଉ ଜଣେ ଆଖି ବୁଜିଛନ୍ତି। ଫଳରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ହୋଇଥିବାରୁ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ। ସରକାର ଗୃହରେ ଏସମ୍ପର୍କରେ ବିବୃତ୍ତି ରଖିବାକୁ ଦାବି କରିଛନ୍ତି ବିରୋଧୀ। ଶୂନ୍ୟକାଳରେ ବିରୋଧୀ ବିଜେଡିର ସଦସ୍ୟମାନେ ହୋହାଲ୍ଲା କରିବା ସହ ଅବାକରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।