ସୁଭଦ୍ରା ମଂଚରୁ ବିରୋଧୀଙ୍କୁ ଟାର୍ଗେଟ କଲେ ମୋହନ ମାଝୀ

ଆମ ସରକାରର ସଫଳତାକୁ ହଜମ କରିପାରୁନାହାନ୍ତି ନିନ୍ଦୁକ। ଏଥିଲାଗି ବିରୋଧୀଙ୍କୁ ହଜମ ଗୋଲି ଦରକାର।ପୂର୍ବ ସରକାର ମହିଳା ସଶକ୍ତିକରଣକୁ କେବଳ ସ୍ଲୋଗାନରେ ସୀମିତ ରଖିଥିଲେ। ପୂର୍ବ ଫାଇଭ୍ ଟି ସରକାର ଗରିବଙ୍କ ଦୁଃଖ ବୁଝିନାହାନ୍ତି। ଗତ ସରକାର ଇଭେଣ୍ଟ ମ୍ୟାନେଜମେଣ୍ଟର ସରକାର ଥିଲା। ପୂର୍ବ ସରକାରକୁ ଟାରେଗ୍ଟ୍ କରି ବ୍ରହ୍ମପୁରରେ ଆୟୋଜିତ ସୁଭଦ୍ରା ଟଙ୍କା ବିତରଣ କାର୍ଯ୍ୟକ୍ରମରେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି, ମୁଁ ସେମାନଙ୍କୁ ପଚାରୁଛି ବିଗତ ସରକାର ୨୪ ବର୍ଷ ହେଲା କେବଳ ମହିଳାଙ୍କ ନାଁର ସ୍ଲୋଗାନ ଦେଉଥିଲେ । ଆମେ ସରକାରକୁ ଆସିବାର ୨୪ ଘଣ୍ଟାରେ ‘ସୁଭଦ୍ରା’ ନିଷ୍ପତ୍ତି ନେଲୁ । ୩ ମାସରେ ପ୍ରଥମ କିସ୍ତି ଓ ୯ ମାସରେ ଦ୍ଵିତୀୟ କିସ୍ତି ଡିବିଟି ମାଧ୍ୟମରେ ଦେଇଛୁ। ଏହା ହିଁ ହେଉଛି ଡବଲ୍ ଇଞ୍ଜିନ୍ ସରକାରର ସଫଳତା । ଆମେ ନଅ ମାସରେ ଏକ କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ଦେଲୁ। ଆଜି ୫ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିଛନ୍ତି ଓଡ଼ିଶା ସରକାର। ଏଭଳି କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଦ୍ବିତୀୟ। ଗରିବଙ୍କ ଝିଅ ବାହାଘର କରିବେ ଆମ ସରକାର। ଏଥିଲାଗି ଆମେ ମୁଖ୍ୟମନ୍ତ୍ରୀ କନ୍ୟା ରତ୍ନ ଯୋଜନା ଆରମ୍ଭ କରିଛୁ। ସମସ୍ତଙ୍କର ଇଚ୍ଛା ଥାଏ ମହାପ୍ରଭୁଙ୍କ ଦର୍ଶନ କରିବାକୁ। ଏଥିପାଇଁ ଆମ ସରକାର ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା କରିଛନ୍ତି।