ଜୀବନଚର୍ଯ୍ୟାଦେଶ ବିଦେଶମୁଖ୍ୟ ଖବର

ହୃଦ୍‌ଘାତରେ ଆଖିବୁଜିଲେ ଛତିଶଗଡ଼ ବିଧାନସଭା ଉପ-ବାଚସ୍ପତି ମନୋଜ ସିଂହ ମଣ୍ଡାୱି

ନୂଆଦିଲ୍ଲୀ: ହୃଦଘାତରେ ଆଖିବୁଜିଲେ ଛତିଶଗଡ଼ ବିଧାନସଭାର ଉପବାଚସ୍ପତି ତଥା ବରିଷ୍ଠ କଂଗ୍ରେସ ବିଧାୟକ ମନୋଜ ସିଂହ ମଣ୍ଡାୱି। ଆଜି ସକାଳୁ ହୃଦ୍‌ଘାତ ଯୋଗୁଁ ତାଙ୍କର ପରଲୋକ ଘଟିଛି। ଏନେଇ ଦଳୀୟ ନେତାମାନେ ସୂଚନା ଦେଇଛନ୍ତି। ଆଜି ସକାଳେ ହୃଦ୍‌ଘାତ ହେବା ପରେ ୫୮ ବର୍ଷିୟ ମଣ୍ଡାୱିଙ୍କୁ ଚାରାମା ଗାଁରୁ ଧମତରୀ ସହରରେ ଥିବା ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ କଂଗ୍ରେସ ‘କମ୍ୟୁନିକେସନ୍ ଉଇଙ୍ଗ୍‌’ର ମୁଖ୍ୟ ସୁଶୀଳ ଆନନ୍ଦ ଶୁକ୍ଳା କହିଛନ୍ତି।ତିନି ଥର ବିଧାୟକ ହୋଇଥିବା ମଣ୍ଡାୱି ବସ୍ତର ଅଞ୍ଚଳରୁ ଦଳର ପ୍ରମୁଖ ଜନଜାତି ନେତା ଥିଲେ। ୨୦୦୦ରୁ ୨୦୦୩ ପର୍ଯ୍ୟନ୍ତ ଅଜିତ ଯୋଗୀ ନେତୃତ୍ୱାଧୀନ କଂଗ୍ରେସ ସରକାରରେ ସେ ରାଜ୍ୟ ଗୃହ ଓ କାରାଗାର ମନ୍ତ୍ରୀ ଥିଲେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଣ୍ଡାୱିଙ୍କ ଅକାଳ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି। ଟ୍ୱିଟ୍ କରି ଏହା ବେଶ୍ ଦୁଃଖଦ ଖବର କହିବା ସହ ତାଙ୍କ ପରିବାର ପ୍ରତି ଓ ସମବେଦନା ଜଣାଇଛନ୍ତି।

Show More

Related Articles

Back to top button