
ଜୟପୁର: ଚର୍ଚ୍ଚାରେ ଚିତାବାଘ । ତାଙ୍କ ଖାଦ୍ୟକୁ ନେଇ ବିବାଦରେ। ନାମ୍ବିଆରୁ ଆସିଥିବା ୮ ଚିତାକୁ ନେଇ ଉପୁଜିଛି ବିବାଦ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ନାମ୍ବିଆରୁ ଆସିଥିବା ୮ ଚିତାକୁ ମଧ୍ୟପ୍ରଦେଶର କୁନୁ ଜାତୀୟ ଉଦ୍ୟାନରେ ଛଡ଼ାଯାଇଛି। ୭୦ ବର୍ଷ ପରେ ଚିତା ବଂଶ ବୃଦ୍ଧି ନେଇ ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ଏବେ ଏହାକୁ ନେଇ ନୂଆ ବିବାଦ ଛିଡ଼ା ହୋଇଛି। ଏହି ଚିତାଗୁଡ଼ିକର ଖାଦ୍ୟ ପାଇଁ ରାଜସ୍ଥାନରୁ ଚିତଲ ହରିଣକୁ ଅଣାଯାଇଥିବା ଅଭିଯୋଗ ହୋଇଛି। କିନ୍ତୁ ଏହି ଅଭିଯୋଗକୁ ମଧ୍ୟପ୍ରଦେଶ ସରକାର ଖଣ୍ଡନ କରିଛନ୍ତି। ଚିତଲ ହେଉଛି ଏକ ପ୍ରକାର ବିରଳ ହରିଣ। ଏହି ହରିଣ ସୁରକ୍ଷା ପାଇଁ ରାଜସ୍ଥାନ ସରକାର ଉଦ୍ୟମ କରୁଛନ୍ତି। କିନ୍ତୁ ଆଫ୍ରିକାରୁ ଆସିଥିବା ନୂଆ ଚିତାଙ୍କ ଲାଗି ଚିତଲ ହରିଣକୁ ଅଣାଯାଇଥିବା ଅଭିଯୋଗ ହେଉଛି।
ସେହିପରି ଚିତଲ ହରିଣ ବଂଶର ସୁରକ୍ଷା ପାଇଁ ରାଜସ୍ଥାନର ବିଷ୍ଣୋୟୀ ସମାଜ ମଧ୍ୟ ଉଦ୍ୟମ ଜାରି ରଖିଛି। ଏବେ ସେଠାରୁ ହରିଣ ଅଣାଯିବା ଖବର ଉଠିବା ପରେ ବିଷ୍ଣୋୟୀ ସମାଜ ପ୍ରଧାନମନ୍ତ୍ରୀଙ୍କୁ ଚିଠିଲେଖି ପ୍ରତିବାଦ ଜଣାଇଛି। ରାଜସ୍ଥାନର ହାରୟଣର ଫତେବାଦରେ ଥିବା ମିନି ସଚିବାଳୟ ସମ୍ମୁଖରେ ବିଷ୍ଣୋୟୀ ସମାଜ ପକ୍ଷରୁ ଧାରଣା ଦିଆଯାଇଥିଲା। ଏହି ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା। ଅନ୍ୟପଟେ ହରିଣ ଚାଲାଣଖବରକୁ ମଧ୍ୟପ୍ରଦେଶ ବନ ବିଭାଗ ଖଣ୍ଡନ କରିଛି। ଏନେଇ ବନିବାଭଗ ପକ୍ଷରୁ ଏକ ସ୍ପଷ୍ଟୀକରଣ ମଧ୍ୟ ଦିଆଯାଇଛି।