Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା ଶନିବାରଦିନ ଶ୍ରୀମନ୍ଦିରରେ ‘ପଦ୍ମବେଶ’ରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି

ଆସନ୍ତା ଶନିବାର ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଚିତ୍ତାକର୍ଷକ 'ପଦ୍ମବେଶ' ହେବ । ଏଥିପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶନିବାର ରାତିରେ ମହାପ୍ରଭୁ ପଦ୍ମବେଶରେ ମଇଲମ ହୋଇ ଶ୍ରଦ୍ଧାଳୁମାନଙ୍କୁ ଦେବ‌ଦର୍ଶନ ଦେବେ ।

ଆସନ୍ତା ଶନିବାର ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଚିତ୍ତାକର୍ଷକ ‘ପଦ୍ମବେଶ’ ହେବ । ଏଥିପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶନିବାର ରାତିରେ ମହାପ୍ରଭୁ ପଦ୍ମବେଶରେ ମଇଲମ ହୋଇ ଶ୍ରଦ୍ଧାଳୁମାନଙ୍କୁ ଦେବ‌ଦର୍ଶନ ଦେବେ । ମହାପ୍ରଭୁଙ୍କର ଏହି ଅପୂର୍ବ ‌ବେଶ ରବିବାର ଅବକାଶ ନୀତି ଯାଏଁ ରହିବ । ଏହା ଭିତରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ପଦ୍ମବେଶରେ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଦର୍ଶନ ପାଇଁ ରବିବାର ଶ୍ରୀମନ୍ଦିର ଖୋଲା ରହିବା ଆଶଙ୍କା ରହିଛି ।

ପ୍ରଚଳିତ ପରମ୍ପରା ଅନୁଯାୟୀ ମାଘମାସ ଶୁକ୍ଳ ପ୍ରତିପଦା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହୋଇଥାଏ। ଚନ୍ଦନଲାଗି ବଢ଼ିବା ପରେ ବଡ଼ସିଂହାର ନୀତିରେ ଏହି ବେଶ କରାଯାଇଥାଏ। ପଦ୍ମବେଶରେ ଠାକୁରମାନଙ୍କର ପହୁଡ଼ ନୀତି ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ବଡ଼ଛତା ମଠ ପକ୍ଷରୁ କୁଶଳୀ ପାରମ୍ପରିକ କାରିଗରମାନଙ୍କ ଦ୍ବାରା ସୋଲ, ଜରି, କଦଳିପଟ, କନା, କଇଥ ଅଠା ଓ ରଙ୍ଗ ସାହାଯ୍ୟରେ ପଦ୍ମ ଫୁଲ ଓ କଢ଼ିମାନ ପ୍ରସ୍ତୁତ ହୋଇ ଠାକୁରମାନଙ୍କୁ ଲାଗି କରାଯାଇଥାଏ।

Show More

Related Articles

Back to top button