Breaking PLUSଦେଶମୁଖ୍ୟ ଖବରରାଜନୀତି

ଛତିଶଗଡରେ ପ୍ରଥମ ପର୍ଯ୍ୟାୟରେ 20ଟି ସିଟ୍ ପାଇଁ ଚାଲିଛି ଭୋଟ ଗ୍ରହଣ

ସୁକୁମାରେ ଆଇଇଡି ବିସ୍ଫୋରଣରେ ଜଣେ ଯବାନ ଆହତ

ରାୟପୁର/ସୁକୁମା, 7 ନଭେମ୍ବର – ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ତେବେ ଏହାରି ଭିତରେ ସୁକୁମା ଜିଲ୍ଲାର କାଣ୍ଟେ ବିଧାନସଭା ନିର୍ବାଚନମଣ୍ଡଳୀରେ ନକ୍ସଲମାନେ ଳଗାଇଥିବା ଆଇଇଡିରେ ଫସି ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଛତିଶଗଡରେ ପ୍ରଥମ ପର୍ଯ୍ୟାୟରେ 20ଟି ଆସନରେ ଭୋଟଗ୍ରହଣ ହେଉଛି । 10ଟି ସିଟରେ ସକାଳ 7ଟାରୁ ଓ ଅନ୍ୟ 10ଟିରେ ସକାଳ 8ଟାରୁ ମତଦାନ ହେଉଛି । ଭୋଟ ବର୍ଜନ ଓ ନକ୍ସଲ ବିପଦକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ଏସପି କିରଣ ଚୌହ୍ୱାନଙ୍କ ଅନୁସାରେ ମଙ୍ଗଳବାର ସକାଳେ ଭୋଟ ସୁରକ୍ଷା ପାଇଁ କୋବରା 206 ଏବଂ ସିଆରପିଏଫ ଯବାନ କ୍ୟାମ୍ପ ତାଣ୍ଡାମାରକାରୁ ଏଲମାଗୁଣ୍ଡା ଗାଁ ପର୍ଯ୍ୟନ୍ତ ମାର୍ଚ୍ଚ କରିଥିଲେ । ଏହି ଅଭିଯାନ ସମୟରେ କୋବରା 206ର ଯବାନ ନିରୀକ୍ଷକ ଶ୍ରୀକାନ୍ତଙ୍କ ଗୋଡ ନକ୍ସଲମାନେ ଖଞ୍ଜିଥିବା ଆଇଇଡି ଉପରେ ପଡିବା ଯୋଗୁ ବିସ୍ଫୋରଣ ହୋଇଥିଲା । ଫଳରେ ଯବାନ ଜଣକ ଆହତ ହୋଇଛନ୍ତି ।
ଛତିଶଗଡରେ ପ୍ରଥମ ପର୍ଯ୍ୟାୟରେ 20ଟି ଆସନ ପାଇଁ 223ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ 40,78,681ଜଣ ଭୋଟର ଅଛନ୍ତି ।

Show More

Related Articles

Back to top button