Breaking PLUSଦେଶମୁଖ୍ୟ ଖବର

ଛତିଶଗଡର ବିଜାପୁରରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିୟମ, ମାଓ କ୍ୟାମ୍ପ ଧ୍ୱଂସ

ବିଜାପୁର, 16 ଡିସେମ୍ବର – ଛତିଶଗଡର ବିଜାପୁରରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ହୋଇଛି । ଗୁଳି ବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି । ଅନ୍ୟପଟେ ସୁରକ୍ଷା ବାହିନୀ ଏକ ମାଓ କ୍ୟାମ୍ପ ଧ୍ୱଂସ କରିଛନ୍ତି । ଏହି କ୍ୟାମ୍ପରୁ ବିପୁଳ ପରିମାଣର ବିସ୍ଫୋଟକ ଜବତ କରାଯାଇଛି ।
ବିଜାପୁରର ଗଙ୍ଗାଲୁର ଥାନା ପୋଲିସକୁ ନକ୍ସଲମାନଙ୍କର କୋର୍ ଅଞ୍ଚଳ ପେଦଦକୋରମା ଜଙ୍ଗଲରେ ନକ୍ସଲ କମାଣ୍ଡର ଓ ଗଙ୍ଗାଲୁର ଏରିଆ କମିଟିର କମାଣ୍ଡର ଦିନେଶ ମୋଡିୟମ ଏବଂ ଏଲଓଏସ କମାଣ୍ଡର ଦୁଲା କାରମ, ଗଙ୍ଗାଲୁରୁ ଏରିଆ ଆରପିସି କମଲୁ ପୁନେମ ସହିତ ଅନ୍ୟ 15ରୁ 20 ସଶସ୍ତ୍ର ନକ୍ସଲ ଥିବା କବର ମିଳିଥିଲା । ଏହାପରେ ସୁରକ୍ଷାବାହିନୀ ପକ୍ଷରୁ ଶୁକ୍ରବାର ରାତିରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଶନିବାର ସକାଳେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପ୍ରାୟ ଅଢେଇ ଘଣ୍ଟା ଧରି ଗୁଳି ବିନିମୟ ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ । ଯବାନମାନେ ମାଓ କ୍ୟାମ୍ପ ଧ୍ୱସ କରିଥିଲେ । ଘଟଣାସ୍ଥଳରେ ମାଓ ପୋଷାକ, ବିସ୍ଫୋରକ, ଔଷଧ, ପ୍ରଚାର ସାମଗ୍ରୀ ଜବତ କରାଯାଇଛି ।

Show More

Related Articles

Back to top button