ଓଡ଼ିଶା

ସରିଲା ଛତିଶା ନିଯୋଗ ବୈଠକ, ଚନ୍ଦ୍ରଗ୍ରହଣ ପାଇଁ ନୀତି ନିର୍ଘଣ୍ଟ

ସରିଲା ଛତିଶା ନିଯୋଗ ବୈଠକ । ଚନ୍ଦ୍ରଗ୍ରହଣ ଦିନ ପାକତ୍ୟାଗ ନୀତିକୁ ନେଇ ଦ୍ୱନ୍ଦ୍ୱ ହେଲା ଦୂର ।  ଶ୍ରୀମନ୍ଦିର ନୀତିକାନ୍ତ ଓ ପାକତ୍ୟାଗ ନେଇ ନୀତି ନିର୍ଦ୍ଧାରଣ ହୋଇଛି । ପୂର୍ବଦିନ ରାତି ୧୨ଟା ୧୦ରେ ଦ୍ୱାରଫିଟା ହେବା ସହ ୧୨ଟା ୩୦ରେ ମଙ୍ଗଳ ଆଳତି ହେବ । ରାତି ୨ଟା ୩୦ ସୁଦ୍ଧା ମହାପ୍ରଭୁଙ୍କ ଦୁର୍ଲ୍ଲଭ ସୁନାବେଶ ସରିବ ।

ଅନ୍ୟାନ୍ୟ ନୀତିକାନ୍ତି ପରେ ସକାଳ ୫ଟା ୫୦ରେ ସରିବ ଭୋଗ ମଣ୍ଡପ । ୮ ତାରିଖରୁ ସକାଳ ୫ଟା ୫୪ ମିନିଟ ୫୩ ସେକେଣ୍ଡରୁ ପାକତ୍ୟାଗ ହେବ । ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୧୮ ମିନିଟ୍ ୪୭ ସେକେଣ୍ଡ ହେବ । ପଞ୍ଚକ ନୀତି ଶୃଙ୍ଖଳିତ ଭାବେ ସମ୍ପନ୍ନ ନେଇ ଆଲୋଚନା ହୋଇଛି । ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

Show More

Related Articles

Back to top button